ପ୍ରାୟତଃ ସମସ୍ତ ପଶୁଙ୍କଠାରେ ଦୟାଳୁ ମନୋବୃତ୍ତି ଦେଖାଯାଏ। ସୋସିଆଲ ମିଡିଆରେ ସେହିପରି ଅନେକ ଭିଡିଓ ନଜର ଆସିଥିବା ବେଳେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଛୋଟ କଳା ଘୁଷୁରି ଭୂମିରେ ପଡ଼ିଥିବା ଏକ ମାଛକୁ ଦେଖୁଛନ୍ତି। ପରେ ସେମାନେ ଏକାଠି ହୋଇ ମାଛକୁ ପାଣିରେ ଛାଡ଼ିବା ପାଇଁ ଠେଲିବା ଆରମ୍ଭ କରୁଛନ୍ତି। କିଛି ସମୟ ଚେଷ୍ଟା ପରେ ସେମାନେ ସଫଳ ହେଉଛନ୍ତି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍ରେ ସେ ଲେଖିଛନ୍ତି, ”ଦୟା କ୍ଷୁଦ୍ରତମ କାର୍ଯ୍ୟ, ସର୍ବଶ୍ରେଷ୍ଠ ଉଦ୍ଦେଶ୍ୟଠାରୁ ଅଧିକ ମୂଲ୍ୟବାନ ଅଟେ॥ ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି“।
The smallest act of kindness
Is worth more than the greatest intention💕 pic.twitter.com/eQijHBxkUM— Susanta Nanda (@susantananda3) August 23, 2020