Categories: ଫୁରସତ

ବେବି ରେସର

ଅଙ୍କାରା: ଜଣେ ଗାଡ଼ି ଚଲାଇବାକୁ ହେଲେ ସେ ସାବାଳିକା/ସାବାଳକ ହୋଇଥିବ ଏବଂ ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ରହିବା ନିହାତି ଆବଶ୍ୟକ। କିନ୍ତୁ ବର୍ତ୍ତମାନ ସମୟରେ ଅନେକେ ଏହି ନିୟମକୁ ମାନୁନାହାନ୍ତି। ଛୋଟ ପିଲାମାନେ ମଧ୍ୟ ଗାଡ଼ି ଚଲାଉଥିବା ଦେଖିବାକୁ ମିଳୁଛି। ହେଲେ ଏକ ଭିଡିଓରେ ଜଣେ କୁନି ଚାଳକଙ୍କ ଗାଡ଼ି ଚଲାଇବା ସମସ୍ତଙ୍କୁ ଚକିତ କରିଛି। ତୁର୍କୀର ୩ ବର୍ଷୀୟ ଜାୟନ୍‌ ସୋଫଉଗ୍ଲୁ ଏକ ଫେରାରି ଚଲାଉଥିବା ଭିଡିଓରେ ନଜରକୁ ଆସିଛନ୍ତି। ୫୫୦ ହଜାର ଡଲାର(ଭାତୀୟ ମୁଦ୍ରାରେ ୪ କୋଟି ୫୦ ଲକ୍ଷ ୮୩ ହଜାର ଟଙ୍କା)ର ଫେରାରିରେ ସେ ସମସ୍ତ ସୁରକ୍ଷା ବସ୍ତ୍ର ପରିଧାନ କରିଛନ୍ତି। ସେ କାର୍‌ ଚଲାଇବା ପୂର୍ବରୁ ତାଙ୍କ ବାପା ତାଙ୍କୁ ଏକ ହେଲମେଟ୍‌ ପିନ୍ଧାଉଥିବା ଦେଖିବାକୁ ମିଳିଛି। ପରେ ୧ହଜାର ହର୍ସପାୱାର ଥିବା ସେହି କାର୍‌କୁ ସେ ଏକ ରେସରଙ୍କ ପରି ଚଲାଉଛନ୍ତି। ଯାହାକି ସାଧାରଣରେ ଜଣେ ଛୋଟପିଲା ପକ୍ଷେ ସମ୍ଭବ ନୁହେଁ।

Share