Categories: ଫୁରସତ

ମା’ ପେଟରୁ ଏମିତି କିଛି ଧରି ବାହାରିଲେ ନବଜାତକ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ

କରୋନା ଯୋଗୁ ସମଗ୍ର ବିଶ୍ୱ ଏବେ ଚିନ୍ତାରେ ପଡ଼ିଛି। ଏହି ସମୟରେ ଭିଲତ୍‌ନାମାର ଏକ ନବଜାତ ଶିଶୁପୁତ୍ର ଲୋକଙ୍କୁ କିଛିଟା ହସିବାକୁ ବାଧ୍ୟ କରିଛି। ଭିଏତନାମାର ହାଇ ଫୋଙ୍ଗ ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଏକ ଶିଶୁପୁତ୍ର ଜନ୍ମ ହୋଇଛନ୍ତି। ଶିଶୁଟି ମା’ ଗର୍ଭରୁ ବାହାରିବା ବେଳେ ହଳଦିଆ ଏବଂ କଳା ରଙ୍ଗର କିଛି ଧରିଥିବା ଡାକ୍ତରମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ଗର୍ଭନିରୋଧକ ଫାଇଲ ବୋଲି ପରେ ଜଣାପଡ଼ିଥିଲା।
ଶିଶୁଙ୍କ ୩୪ ବର୍ଷୀୟ ମା’ କୁହନ୍ତି, ପୂର୍ବରୁ ୨ଟି ସନ୍ତାନ ଥିବାରୁ ସେ ଆଉ ମା’ ହେବାକୁ ଚାହୁଁ ନ ଥିଲେ। ତେଣୁ ୨ ବର୍ଷ ପୂର୍ବେ ସେ ନିଜ କଣ୍ଟ୍ରୋସେପ୍ଟିକ ଶୈଳୀ ଆପଣାଇଥିଲେ। ଏବେ ଶିଣୁଟି ତା’କୁ ହାତରେ ଧରି ଜନ୍ମ ନେଇଛି। ଡାକ୍ତରମାନେ ଏହା ଦେଖିବା ପରେ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏବେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି।

Share