ପ୍ରଥମରୁ ଫିକା ପଡ଼ିଲା ‘ବଚ୍ଚନ ପାଣ୍ଡେ’

ବମ୍ବେ: ହୋଲି ଅବସରରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ରିଲିଜ ହୋଇଥିଲା। ଦୀର୍ଘଦିନରୁ ଅଭିନେତାଙ୍କ ପ୍ରଶଂସକମାନେ ଏହାର ରିଲିଜକୁ ଅପେକ୍ଷା କରିଥିଲେ। ଏଣୁ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା। ହେଲେ ପ୍ରଥମରୁ ହିଁ ଫିକା ପଡ଼ିଛି ଫିଲ୍ମ। କାରଣ ହେଲା ‘ଦ କଶ୍ମୀର ଫାଇଲ୍ସ’। ବହୁତ କମ୍‌ ସ୍କ୍ରିନ୍‌ରେ ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମକୁ ରିଲିଜ କରାଯାଇଥିଲେ ହେଁ ଏହା ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଖୁବ୍‌ କମ୍‌ ଦିନରେ ଫିଲ୍ମଟି ଶହେ କୋଟି କ୍ଲବରେ ସାମିଲ ହେବ। ପ୍ରତିଦିନ ଏହାକୁ ନେଇ ଦର୍ଶକଙ୍କ କ୍ରେଜ ବଢ଼ିବାରେ ଲାଗିଛି। ଏଣୁ ଅକ୍ଷୟଙ୍କ ଫିଲ୍ମ ପ୍ରଥମରୁ ହିଁ ମାନ୍ଦା ପଡ଼ିଛି। ଶୁକ୍ରବାର ରିଲିଜର ପ୍ରଥମ ଦିନରେ ଫିଲ୍ମଟି ୧୩.୨୫ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ କଶ୍ମୀର ଫାଇଲ୍ସ ୨୨ କୋଟି ବ୍ୟବସାୟ କରିଛି। ଏଥିରୁ ଆଗାମୀ ଦିନରେ ମଧ୍ୟ ଏଭଳି ସ୍ଥିତି ରହିବ ବୋଲି ଫିଲ୍ମ କ୍ରିଟିକ୍‌ ଆଶା ରଖିଛନ୍ତି।

Share