ରିଲିଜ୍ ହେଲା ‘ବଚ୍ଚନ ପାଣ୍ଡେ’ର ପ୍ରଥମ ଗୀତ

ମୁମ୍ବାଇ: ଅକ୍ଷୟ କୁମାର ଷ୍ଟାରର ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ମୋଷ୍ଟ ଆୱେଟେଡ ଫିଲ୍ମ ତାଲିକାରେ ସାମିଲ ହୋଇଥିବା ବେଳେ ଏଥିରେ ଅକ୍ଷୟ କୁମାରଙ୍କ ଲୁକକୁ ନେଇ ପ୍ରସଂଶକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି । ଇତି ମଧ୍ୟରେ ଫିଲ୍ମର ପ୍ରଥମ ଗୀତ ‘ମାର ଖାଏଗା’ ରିଲିଜ୍ ହୋଇଛି । ଏହି ଗୀତରେ ଅକ୍ଷୟଙ୍କ ଇଂଟେଂସ ଲୁକ୍ ଦେଖିବାକୁ ମିଳିଛି ।
ଏହି ଗୀତରେ ଅକ୍ଷୟ କୁମାର ଖୁବ୍ ଉଗ୍ର ଲାଗୁଛନ୍ତି । ଆଉ ଗୀତର ବୋଲରେ ବି ମାରଧାଡ କଥା କୁହାଯାଇଛି । ଏହି ଗୀତରେ ଅକ୍ଷୟ ଆକ୍ସନ କରୁଥିବା ଦେଖାଯାଇଛି । ଏଥିରେ ଅକ୍ଷୟଙ୍କ ଲୁକ୍ସ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ସେଥିପାଇଁ ବୋଧହୁଏ ଗୀତଟିକୁ ଧମାକାଦାର ରେସପନ୍ସ ମିଳିଛି ।
ଫରହାନ ସାମଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଅକ୍ଷୟ କୁମାର ଷ୍ଟାରର ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ ଖୁବ୍ ଆକ୍ସନ ରହିଥିବା ବେଳେ କମେଡି ବି ରହିଛି । ଏହା ୧୮ ମାର୍ଚ୍ଚ ୨୦୨୨ରେ ରିଲିଜ୍ ହେବ । ଏଥିରେ ଅକ୍ଷୟଙ୍କ ବତୀତ, କୃତି ସାନନ, ଅରଶଦ ୱାରସି, ପଙ୍କଜ ତ୍ରିପାଠୀ ଓ ଜ୍ୟାକଲିନ ପର୍ନାଡିଜ ରହିଛନ୍ତି ।

Share