ପ୍ରଶଂସକଙ୍କ ହୃଦୟ ଜିତିଲେ ଅକ୍ଷୟ

ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଟ୍ରେଲର ରିଲିଜ ହୋଇଛି। ଫିଲ୍ମରେ ପ୍ରଥମ ଥର ଅକ୍ଷୟଙ୍କୁ ଏକ ଭୟଙ୍କର ଭୂମିକାରେ ଦେଖିବାକୁ ମିଳିଛି। ଏହି ଫିଲ୍ମର ନିର୍ମାତା ସାଜିଦ ନାଡିଆୱାଲାଙ୍କ ଜନ୍ମଦିନ ଅବସରରେ ଟ୍ରେଲର ରିଲିଜ ହୋଇଛି। ବଚ୍ଚନ ପାଣ୍ଡେ ଟ୍ରେଲରକୁ ତାଙ୍କ ସୋସିଆଲ ମିଡିଆରେ ଶେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, ଧୁମ୍‌ ଧଡାକା, ରଙ୍ଗ୍‌ ପଟାଖା, ଆଓ ବନା ଲୋ ଟୋଲି। ଇସ୍‌ ବାର #BachchhanPaandey ଲା ରହେ ହେଁ ହୋଲି ପେ ଗୋଲି..। ଟ୍ରେଲରକୁ ଦର୍ଶକ ବହୁତ୍‌ ପ୍ରଶଂସା କରିଛନ୍ତି। ଅକ୍ଷୟ ଦମ୍‌ଦାର୍‌ ଅଭିନୟ ଦ୍ୱାରା ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଟ୍ରେଲର ରିଲିଜ ହେବାର କିଛି ଘଣ୍ଟା ପୂର୍ବରୁ ଅକ୍ଷୟ ଫିଲ୍ମର ପୋଷ୍ଟର ଶେୟାର କରିଥିଲେ। ପୋଷ୍ଟରରେ ଖିଲାଡି କୁମାର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ରୋମାଣ୍ଟିକ୍‌ ଲୁକ୍‌ରେ ସହ ନଜର ଆସିଛନ୍ତି। ଏହି ଫିଲ୍ମରେ ଅରଶଦ ୱାର୍ସି, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ କ୍ରିତି ସାନନ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଏହି ହୋଲି ପ୍ରେକ୍ଷାଳୟରେ ନକ କରିବ।
ଅକ୍ଷୟ କୁମାର ଫିଲ୍ମରେ ଗୁଣ୍ଡା ଭୂମିକାରେ ଅଭିନୟ କରୁଛନ୍ତି। କ୍ରିତି ଜଣେ ଫିଲ୍ମ ନିର୍ମାତା, ଯିଏ ବଚ୍ଚନ ପାଣ୍ଡେଙ୍କ ଉପରେ ଏକ ଫିଲ୍ମ କରିବାକୁ ଚାହୁଁଛନ୍ତି। ତେଣୁ ସେ ବନ୍ଧୁ ଅର୍ଶଦ ୱାର୍ସିଙ୍କୁ ସାହାଯ୍ୟ ମାଗନ୍ତି। ଗୁଣ୍ଡା ଉପରେ ଏକ ପିଲ୍ମ ନିର୍ମାଣ କରିବାକୁ ଅର୍ଶଦ ତାଙ୍କୁ ବାରଣ କରିଛନ୍ତି। ଏହାକୁ ନେଇ ଫିଲ୍ମର ପୃଷ୍ଠଭୂମି ପ୍ରସ୍ତୁତ ହୋଇଛି। ଟ୍ରେଲରରେ ଅକ୍ଷୟଙ୍କ ସଂଳାପ ‘ମୁଝେ ଭାଇ ନେହଁି ଗଡଫାଦର ବୋଲତେ ହେଁ’ ଏବେ ଲୋକପ୍ରିୟ ହେବାରେ ଲାଗିଛି।

 

Share