‘ବଚପନ୍‌ କା ପ୍ୟାର’ ଫେମ୍‌ ସହଦେବଙ୍କ ଚେତା ଫେରିଲା…

ନୂଆଦିଲ୍ଲୀ, ୨୯।୧୨: ‘ଜାନେ ମେରୀ ଜାନେମନ, ବଚପନ୍‌ କା ପ୍ୟାର’ ଗୀତରେ ବେଶ୍‌ ପରିଚିତି ହାସଲ କରିଥିବା ସହଦେବ ଦିର୍ଦୋଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଦାର ଆସିଛି। ତାଙ୍କର ଚେତା ଫେରିଛି। କୁହାଯାଉଛି ଯେ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ସହଦେବଙ୍କ ଚେତା ଫେରିଛି। ମଙ୍ଗଳବାର ତାଙ୍କର ଏକ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ସେ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ତାଙ୍କର ଚିକିତ୍ସା ଚାଲିଥିଲା।

୫ ଘଣ୍ଟା ଅଚେତ ରହିବା ପରେ ତାଙ୍କର ଚେତା ଫେରିଛି। ରାପର ବାଦଶାହଙ୍କ ସମେତ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସହଦେବଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଏହା ସହିତ ସୋସିଆଲ ମିଡ଼ିଆରେ ସହଦେବଙ୍କ ସୁସ୍ବାସ୍ଥ୍ୟ କାମନା କରି ବହୁ ପୋଷ୍ଟ ଅପଲୋଡ୍‌ ହୋଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସାହଦେବଙ୍କ ଅବସ୍ଥା ପୂର୍ବ ଅପେକ୍ଷା ଭଲ ରହିଛି। ଏହା କୁହାଯାଉଛି ଯେ ଅବସ୍ଥା ପୂର୍ବ ଅପେକ୍ଷା ଭଲ, କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ସମୟ ଲାଗିବ। ।

ସୋସିଆଲ ମିଡିଆରେ ସମସ୍ତେ ତାଙ୍କର ସୁସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିବାବେଳେ ରାପର ବାଦଶାହ ସହଦେବଙ୍କ ବିଷୟରେ ମଧ୍ୟ ଟୁଇଟ୍‌ କରିଛନ୍ତି। ଟୁଇଟ୍‌ରେ ସେ ଲେଖିଛନ୍ତି, ମୁଁ ସହଦେବଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହ ଯୋଗାଯୋଗରେ ଅଛି। ସେ ହସ୍ପିଟାଲରେ ଅଛନ୍ତି। ସଭିଏଁ ତାଙ୍କର ସୁସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରିବା ଲାଗି ସେ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଜଣେ ପିଲା ଶିକ୍ଷକଙ୍କ ସାମ୍ନାରେ ‘ବଚପନ୍‌ କା ପ୍ୟାର ଭୁଲ ନାହି ଜାନା’ ଗୀତ ଗାଉଥିବାର ଦେଖିବାକୁ ମିଳିଥିଲା। ସହଦେବ ଛତିଶଗଡର ସୁକମାର ଛିନ୍ଦଗଡ ବ୍ଲକର ବାସିନ୍ଦା। ଏହି ଭିଡିଓ ଭାଇରାଲ ହେବା ପରେ ରାପର ବାଦଶାହ ସହଦେବଙ୍କୁ ଭେଟି ସେହି ଗୀତକୁ ରିକ୍ରିଏଟ୍‌ କରିଥିଲେ।

Share