ଦୁର୍ଘଟଣା ପରେ ପୁଣି ଫେରିଲେ ‘ବଚପନ୍‌ କା ପ୍ୟାର୍‌’ ଷ୍ଟାର୍‌

ବଚପନ୍‌ କା ପ୍ୟାର ଫେମ୍‌ ସହଦେବ ଡିରଡୋଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସହଦେବ ଅଭିନେତ୍ରୀ ନୋରା ଫତେହିଙ୍କ ଗୀତ ଡ୍ୟାନ୍ସ ମେରୀ ରାନୀରେ ନାଚୁଥିବା ନଜର ଆସିଛନ୍ତି। ଏହି ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି। ଏହି ସର୍ଟ କ୍ଲିପ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା। ଏପର୍ଯ୍ୟନ୍ତ ଏହାକୁ ପ୍ରାୟ ୬୫ ହଜାର ଥର ଦେଖାଯାଇଛି। ଗତ ସପ୍ତାହରେ ଏହି ଭିଡିଓ ଶେୟାର କରାଯାଇଥିଲା। ଛତିଶଗଡର ଏହି ୧୦ ବର୍ଷର ବାଳକ ସହଦେବ ତାଙ୍କର ଭାଇରାଲ ଗୀତ ବଚପନ କା ପ୍ୟାର୍‌ ଗାଇ ଏକ ଇଣ୍ଟରନେଟ ସେନ୍‌ସେସନ୍‌ ହୋଇଗଲେ। ଗତବର୍ଷ ସେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ।
ଗତ ବର୍ଷ ଜୁଲାଇରେ ସହଦେବ ବଚପନ୍‌ କା ପ୍ୟାର ଗୀତ ଭାଇରାଲ୍‌ ହୋଇଥିଲା। ବାଦଶାହ ଇନଷ୍ଟାଗ୍ରାମରେ ଗୀତର ରିମିକ୍ସ ପୋଷ୍ଟ କରିବା ପରେ ଏହି ଗୀତର ଆଲୋଚନା ଆରମ୍ଭ ହୋଇଥିଲା।

Share