Posted inଫୁରସତ

ବଜାରରେ ବିିକ୍ରି ହେଉଛି ‘ବଚପନ କା ପ୍ୟାର’ ମିଠା, ଦାମ୍‌ ଜାଣିଲେ…

ମିଠାର ନାଁ ‘ବଚପନ କା ପ୍ୟାର’ । ଶୁଣିଲେ ହସ ଲାଗିବ। ମାତ୍ର ଏହା ସତ। ଗୁଜରାଟର ସୁରଟରେ ‘ବଚପନ କା ପ୍ୟାର’ ନାମକ ମିଠା ବିକ୍ରି ହେଉଛି। ଏହାର ଦାମ୍‌ ରହିଛି ୫୮୦ ଟଙ୍କା। ଏହାକୁ ଦେଖିବାକୁ ଏବଂ କିଣିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗୁଛି। ଏହି ମିଠାକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି।

କାରଣ କିଛିଦିନ ତଳେ ସୋସିଆଲ ମିଡିଆରେ ଜଣେ ଛୋଟ ଶିଶୁଙ୍କ କଣ୍ଠରେ ‘ବଚପନ କା ପ୍ୟାର’ ଗୀତ ଖୁବ୍‌ ଭାଇରାଲ ହୋଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ଏହି ଗୀତଟି ବହୁତ ଜନାଦୃତ ହୋଇଥିଲା। ଏହି ଗୀତର ଚାହିଦାକୁ ଦେଖି ଦୋକାନୀ ମଧ୍ୟ ଗୀତ ନାମରେ ମିଠାର ନାଁ ଦେଇଛନ୍ତି ‘ବଚପନ କା ପ୍ୟାର’।

ବିଶେଷକରି ରକ୍ଷାବନ୍ଧନ ଉପଲକ୍ଷେ ଏହି ମିଠା ବିକ୍ରି ହେଉଛି। ଭଉଣୀ-ଭାଇଙ୍କ ମଧ୍ୟରେ ଏହି ମିଠା ପିଲାଦିନର ସ୍ମୃତିକୁ ଉଜ୍ଜୀବିତ କରିବ। ଏହି ମିଠା ପ୍ରସ୍ତୁତ କରିଥିବା ଦୋକାନୀ ରାଧା କୁହନ୍ତି, ଏଥିରେ ବବଲ୍‌ଗମ୍‌ର ଫ୍ଲେଭର ଦିଆଯାଇଛି। ଯାହା ଅଧିକ ସମୟ ପର୍ଯ୍ୟନ୍ତ ପିଲାମାନଙ୍କ ପାଟିରେ ରହିବ ଆଉ ପିଲାଦିନର କଥା ମନେ ପଡ଼ିବ। ଏଥିପାଇଁ ଏହି ମିଠାର ନାମ ‘ବଚପନ କା ପ୍ୟାର’ ରଖାଯାଇଛି ବୋଲି ଦୋକାନୀ କୁହନ୍ତି।

ଖାଲି ଏତିକି ନୁହେଁ, ଏହି ଦୋକାନରେ ୯୦୦୦ ଟଙ୍କାର ମିଠା ମଧ୍ୟ ବିକ୍ରି ହେଉଛି। ଏଥିରେ ସୁନାର ପ୍ରଲେପ ଦିଆଯାଇଛି। ଏହି ମିଠା ନେବାକୁ ମଧ୍ୟ ବହୁ ଗ୍ରାହକ ଅର୍ଡର କରୁଛନ୍ତି। ଖାଲି ଦେଶ ନୁହେଁ, ବିଦେଶରୁ ମଧ୍ୟ ତାଙ୍କ ଦୋକାନରୁ ମିଠା ନେବା ପାଇଁ ଅର୍ଡର ଆସୁଛି ବୋଲି ରାଧା କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥରେ ନୁହେଁ କି ଦୁଇ ଥର ନୁହେଁ ୮ଥର ପଲଟି ପଲଟି ଗୁଣ୍ଡ ହେଲା କାର: କାରରୁ ସୁରକ୍ଷିତ ବାହାରି ହସିହସି ଯାହାକହିଲେ …

କଥାରେ ଅଛି ରଖେ ହରି ତ ମାରେ କିଏ।  ସତରେ ଭଗବାନ ରକ୍ଷା କଲେ କେହି କିଛି ବି କ୍ଷତି କରିପାରିବେ ନାହିଁ। ରାଜସ୍ଥାନର ନାଗୋରରେ...

ଭାରତ ପ୍ରେମରେ ଜର୍ମାନ୍‌ ପର୍ଯ୍ୟଟକ

ବର୍ଲିନ: ପ୍ରତିବର୍ଷ ଅନେକ ବିଦେଶୀ ପର୍ଯ୍ୟଟକ ଭାରତକୁ ଆସି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗକରି ବିମୋହିତ ହୋଇଥାନ୍ତି। ୨୦୨୪ରେ ମଧ୍ୟ ଅନେକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ...

New Year Party ସମୟରେ ରୁହନ୍ତୁ ସାବଧାନ, ନଚେତ୍‌ ହୋଇପାରେ ଜେଲ

ନୂଆଦିଲ୍ଲୀ,୨୭।୧୨: ନୂଆ ବର୍ଷ ଆସିବ ବୋଲି ଏବେଠାରୁ ଦିନ ଗଣା ଆରମ୍ଭ ହେଲାଣି ଏବଂ ଲୋକମାନେ ମଧ୍ୟ ପାର୍ଟି ପାଇଁ ପ୍ରସ୍ତୁତ ହେଉଛନ୍ତି। ନୂଆ ବର୍ଷରେ,...

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

Uber-Rapido: ନିଜ ବାଇକ୍‌ ଲଗାଇ ମାସକୁ ୩୦ହଜାର ରୋଜଗାର କରନ୍ତୁ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

କିଛି ଚାକିରି ଖୋଜୁଛନ୍ତି କି? କ’ଣ ଆପଣଙ୍କ ପାଖରେ ବାଇକ୍‌ ଅଛି? ତେବେ ନୋ ଟେନଶନ। ବର୍ତ୍ତମାନ ଆପଣ ଏଇ ବାଇକ୍‌ ଦ୍ୱାରା କରିପାରିବେ ମାସକୁ...

ଆଖିରେ କପଡ଼ା ବାନ୍ଧି ସ୍ପିଡ୍‌ ଟାଇପିଂ

ଭୋପାଳ: ଭାରତରେ ପିଲା ହୁଅନ୍ତୁ ଅବା ଯୁବକ, ସମସ୍ତଙ୍କଠାରେ କିଛି ନା କିଛି ପ୍ରତିଭା ରହିଥାଏ। ମଧ୍ୟପ୍ରଦେଶର ରେୱା ଜିଲା ନିବାସୀ ବିକାଶ ତ୍ରିପାଠୀ(୩୦)ଙ୍କର ଏପରି ଏକ...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri