Categories: ଜାତୀୟ

କାର୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌: ପୋଲିସ ଇନ୍ସପେକ୍ଟର ମୃତ

ନୂଆଦିଲ୍ଲୀ,୩୦।୭: ସଡ଼କ ଦୁର୍ଘଟଣାରେ ଦିଲ୍ଲୀ ପୋଲିସର ଜଣେ ଇନ୍ସପେକ୍ଟରଙ୍କର ମୃତ୍ୟୁ ହୋଇଛି। ରବିବାର ସକାଳେ ଏହି ଦୁର୍ଘଟଣା ଘଟିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଇନ୍ସପେକ୍ଟରଙ୍କ କାରକୁ ପଛପଟୁ ଧକ୍କା ଦେଇଥିଲା। ମାଦିପୁର ମେଟ୍ରୋ ଷ୍ଟେଶନ ନିକଟରେ ଏହି ଘଟଣା ଘଟିଛି। ମୃତ ଇନ୍ସପେକ୍ଟର ଜଗବୀର ସିଂ ବୋଲି ଜଣାପଡିଛି। ତାଙ୍କୁ ଦିଲ୍ଲୀ ପୋଲିସର ସୁରକ୍ଷା ୟୁନିଟରେ ପୋଷ୍ଟ କରାଯାଇଥିଲା।
ପୋଲିସର ସୂଚନାନୁସାରେ, ଏହି ଘଟଣା ପରଠାରୁ ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଅଛନ୍ତି। ବର୍ତ୍ତମାନ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ଟ୍ରକର ମାଲିକଙ୍କୁ ପଚରାଯିବା ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରିବା ଏବଂ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି।

Share