Categories: ଜାତୀୟ

ଗାନ୍ଧୀ ଉପନାମ ଫେରାଇ ଦିଅ: ରାହୁଲଙ୍କୁ ହିମନ୍ତ ବିଶ୍ୱ ଶର୍ମାଙ୍କ ଆକ୍ଷେପ…

ଗୁଆହାଟୀ,୧୧।୯ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଗାନ୍ଧୀ ଉପନାମ ବ୍ୟବହାରର ବୈଧତା ଉପରେ ପ୍ରଶ୍ନ କରିଛନ୍ତି। ସେ ଗାନ୍ଧୀ ପରିବାରକୁ ନକଲ ସର୍ଦ୍ଦାର’ ଅର୍ଥାତ ନକଲି ସର୍ଦ୍ଦାର ବୋଲି କହିଛନ୍ତି।

ଗୁଆହାଟୀରେ ଭାଜପା ମହିଳା ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସମ୍ବୋଧିତ କରିବାବେଳେ ଆସାମ ମୁଖ୍ୟମନ୍ତ୍ରୀ ଗାନ୍ଧୀ ପରିବାରକୁ ଦେଶ ଭାଙ୍ଗିବା ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି। ଏହା ସହିତ ସେ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ଗାନ୍ଧୀ ଉପନାମ ଫେରାଇବାକୁ ଅନୁରୋଧ କରିଛନ୍ତି।

ହିମନ୍ତ କହିଛନ୍ତି, ସେ ଅନେକ ସ୍କାମ କରିଛନ୍ତି। ତାଙ୍କର ପ୍ରଥମ ସ୍କାମ ଗାନ୍ଧୀ ଟାଇଟଲରୁ ଆରମ୍ଭ ହୋଇଥିଲା। ସେ କେବଳ ଆତ୍ମୀୟତାକୁ ପ୍ରୋତ୍ସାହିତ କରିଛନ୍ତି ଏବଂ ଦେଶ ଭାଙ୍ଗିବା ପାଇଁ କାର୍ଯ୍ୟ କରିଛନ୍ତି। ମୁଁ ରାହୁଲ ଗାନ୍ଧୀଙ୍କୁ ଗାନ୍ଧୀ ଆଖ୍ୟା ଫେରାଇବାକୁ ଅନୁରୋଧ କରୁଛି।

କଂଗ୍ରେସକୁ କ୍ଷମତାରେ ଥିବାବେଳେ ଦେଶ ପାଇଁ କିଛି କରିନାହଁି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ହିଁ ଲୋକଙ୍କ ମଧ୍ୟରେ ଦେଶଭକ୍ତିର ଏକ ଗଭୀର ଭାବନା ସୃଷ୍ଟି ହେଉଛି। ଦେଶର ସ୍ବାଧୀନତାର ୨୫ବର୍ଷ କିମ୍ବା ୫୦ ବର୍ଷ କଂଗ୍ରେସ ପାଳନ କରି ନାହିଁ। କିନ୍ତୁ, ପିଏମ ମୋଦି ସ୍ବାଧୀନତାର ୭୫ ବର୍ଷ ପାଳନ କରିଛନ୍ତି। ଭାରତକୁ ବିଶ୍ୱ ଅଗ୍ରଣୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟ କରୁଛନ୍ତି।

Share