Posted inଫୁରସତ

ପଛ କଲେ ଚାକିରି, ପଡ଼ିଲେ ପକ୍ଷୀ ପ୍ରେମରେ…

କେବେ ସଉକରେ ପାଳୁଥିଲେ ଚଢ଼େଇ। ଏବେ ତାହା ଦେଉଛି ଲକ୍ଷାଧିକ ଟଙ୍କାର ରୋଜଗାର। ମୋଟା ଅଙ୍କର ଚାକିରିକୁ ପଛ କରି ପକ୍ଷୀପ୍ରେମରେ ପଡ଼ିଥିବା ଏହି ଯୁବ ଇଞ୍ଜିନିୟର ଜଣକ ହେଲେ ଗିରିଜା ପ୍ରସାଦ ମିଶ୍ର। ତାଙ୍କ ଫାର୍ମରେ ଏବେ ଶୋଭା ପାଇଛନ୍ତି ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆମାଜନ ସମେତ ଦେଶବିଦେଶର ବହୁ ପକ୍ଷୀ। କେବଳ ଏତିକି ନୁହେଁ, ବୈଜ୍ଞାନିକ ପଦ୍ଧତିରେ ମିଳନ କରାଇ ସେ ପ୍ରସ୍ତୁତ କରୁଛନ୍ତି ରଙ୍ଗବେରଙ୍ଗର ଶାବକ।

ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ସହ ସକାଳ ଆରମ୍ଭ କରୁଥିବା ଗିରିଜା ହେଉଛନ୍ତି ଢେଙ୍କାନାଳ ଜିଲା ଭୁବନ ବ୍ଲକ ମାର୍ଥାପୁର ବ୍ରାହ୍ମଣଶାସନର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ମିଶ୍ର ଏବଂ ପୁଷ୍ପାରାଣୀ ମିଶ୍ରଙ୍କ ପୁଅ। ପେସାରେ ଇଞ୍ଜିନିୟର। ପାଠପଢ଼ା ସରିବା ପରେ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ମାସିକ ୯୨ ହଜାର ଟଙ୍କାରେ ଚାକିରି କରୁଥିଲେ। ଏକ ଦୁର୍ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇଦେଲା। ଅଣ୍ଟାରେ ଆଘାତ ଲାଗିବା ପରେ ଆଉ କାମ କରିପାରିଲେ ନାହିଁ। ଚାକିରି ଛାଡ଼ିବା ପାଇଁ ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିଲା। ପିଲାଦିନୁ ପକ୍ଷୀପାଳନ ପ୍ରତି ଆକର୍ଷଣ କାରଣରୁ ଗିରିଜା ମୁମ୍ବାଇସ୍ଥିତ ଭଡ଼ାଘରେ ମଧ୍ୟ କେତେକ ପକ୍ଷୀ ପାଳିଥିଲେ। ଘରବାହୁଡ଼ା ପରେ ଏହାକୁ ବ୍ୟବସାୟିକ ରୂପ ଦେବାକୁ ଆରମ୍ଭ କରିଥିଲେ ପ୍ରସ୍ତୁତି, ଯାହା ୨୦୧୫ରେ ନେଇଥିଲା ସଫଳ ରୂପ।
ଗିରିଜାଙ୍କ କୋଠା ଉପରେ ଏବେ ଶୋଭା ବଢ଼ାଉଛି ୨୦୦ ବର୍ଗଫୁଟର ପକ୍ଷୀବିହାର। ପ୍ରାରମ୍ଭିକ ପର୍ଯ୍ୟାୟରେ ୬୦ ହଜାର ଟଙ୍କାରେ ପକ୍ଷୀ କିଣି ଆଣି ସେଗୁଡ଼ିକର ଲାଳନପାଳନ କରିଥିଲେ। ଏବେ ଏହି ବ୍ୟବସାୟ ୩୫ ଲକ୍ଷରେ ପହଞ୍ଚତ୍ଲାଣି। ତାଙ୍କ ‘ଦି ଏକ୍ସୋଟିକା ଫାର୍ମ’ରେ ଏବେ ୨୨ ପ୍ରଜାତିର ପକ୍ଷୀ। ପାଇନ୍‌ଆପଲ କନ୍ୟୁର, ବ୍ଲୁ ଗ୍ରୀନ୍‌ ଚିକ୍‌ କନ୍ୟୁର, ସନ୍‌ ଚିକ୍‌ କନ୍ୟୁର, ୟେଲୋ ସାଇଡେଡ୍‌ କନ୍ୟୁର, ସନ୍‌ କନ୍ୟୁର, ବ୍ରୋଞ୍ଜ ଓ୍ବିଙ୍ଗ୍‌ଡ ପିନ୍‌ସ, ସେନେଗାଲ ପାରଟ, ପାଟାଗୋନିଆନ କନ୍ୟୁର, ରେଇନ୍‌ବୋ ଲରି, ରେଡ୍‌ କଲର୍‌ଡ ଲରି, ଡସ୍କି ଲରି, ଚାର୍ଟରିଂ ଲରି , ବ୍ଲାକ୍‌ ଉଇଙ୍ଗ୍‌ଡ ଲରି, ବ୍ଲୁ ଆଣ୍ଡ୍‌ ଗୋଲ୍ଡ ମକାଓ ପ୍ରମୁଖ ଭଲ ବ୍ୟବସାୟ ହେଉଛି। ଫାର୍ମର ସବୁଠୁ ବିରଳ ଏବଂ ଦାମୀ ପ୍ରଜାତିର ପକ୍ଷୀ ‘ବ୍ଲୁ ଆଣ୍ଡ୍‌ ଗୋଲ୍ଡ ମକାଓ’ର ଦାମ୍‌ ୧ ଲକ୍ଷ ୨୦ ହଜାର ଟଙ୍କା। ପୂର୍ବରୁ କେବଳ ଢେଙ୍କାନାଳ, ଯାଜପୁର ଏବଂ କେନ୍ଦୁଝର ଜିଲା ମଧ୍ୟରେ ଏହି ପକ୍ଷୀ ବ୍ୟବସାୟ ସୀମିତ ଥିଲା। ହେଲେ ଗିରିଜାଙ୍କ ନିଷ୍ଠା ପାଇଁ ଏବେ ଏହା ଓଡ଼ିଶାର ବିଭିନ୍ନ ଜିଲା ସମେତ ବାଙ୍ଗାଲୋର, ହାଇଦ୍ରାବାଦ, କେରଳ, କୋଲକାତା ଯାଏ ପହଞ୍ଚତ୍ଲାଣି।

ସ୍ଥାନୀୟ ଚାଷୀଙ୍କୁ ମିଳିଛି ରୋଜଗାର
ବ୍ୟବସାୟିକ ଭିତ୍ତିରେ ପକ୍ଷୀ ଫାର୍ମ କରିବା ସହଜ ନୁହେଁ। ଚଢ଼େଇଙ୍କ ନିୟମିତ ଯତ୍ନ ନେବା ସାଙ୍ଗକୁ ପୁଷ୍ଟିକର ଖାଦ୍ୟ ଦେବା ଚ୍ୟାଲେଞ୍ଜ ପାଲଟିଥାଏ। ପୂର୍ବରୁ ପକ୍ଷୀଙ୍କ ଖାଦ୍ୟ ପାଇଁ ଗିରିଜା ବାହାର ବଜାର ଉପରେ ନିର୍ଭର କରୁଥିଲେ। ହେଲେ ଏବେ ସ୍ଥାନୀୟ ଚାଷୀଙ୍କଠାରୁ ସୂର୍ଯ୍ୟମୁଖୀ ମଞ୍ଜି, ଚିନାବାଦାମ, ଧାନ, ମଦାନା, ମକା, ପିଜୁଳି, କାକୁଡ଼ି, ଅମୃତଭଣ୍ଡା ସହଜରେ ସଂଗ୍ରହ କରୁଛନ୍ତି। ଆଞ୍ଚଳିକ ଚାଷୀ ମଧ୍ୟ ପକ୍ଷୀ ଖାଦ୍ୟ ଉତ୍ପାଦନ କରିବାକୁ ଆଗ୍ରହୀ ହେଉଛନ୍ତି।
ପାଲଟିଛି ସେଲ୍‌ଫି ପଏଣ୍ଟ
ଗିରିଜାଙ୍କ ପକ୍ଷୀ ଫାର୍ମ ପାଇଁ ଭୁବନ ବ୍ଲକର ମଫସଲ ଗଁା ମାର୍ଥାପୁର ନୂତନ ପରିଚୟ ପାଇଛି। ଏଠାକୁ ପକ୍ଷୀ କିଣିବାକୁ ଓଡ଼ିଶା ସମେତ ବାହାର ରାଜ୍ୟର ବହୁ ଚଢ଼େଇପ୍ରେମୀ ଆସୁଛନ୍ତି। କେବଳ ଏତିକି ନୁହେଁ, ‘ଦି ଏକ୍ସୋଟିକା ଫାର୍ମ’ ଏବେ ଯୁବତୀଯୁବକଙ୍କ ପାଇଁ ପାଲଟିଛି ସେଲ୍‌ଫି ପଏଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri