ମହାକାଳପଡ଼ା,୨୨ା୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ରାଜଗଡ଼ ପଞ୍ଚାୟତର ଗୟସପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ହ୍ରାସ ଯୋଗୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବନ୍ଦ କରାଯାଇଥିଲା। ଫଳରେ ଗାଁ ପିଲାମାନେ ପାଠ ପଢ଼ିବା ପାଇଁ ବିଭିନ୍ନ ସମସ୍ୟା ଉପୁଜିଥିଲା। ଏ ନେଇ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ସୋମବାର ସକାଳେ ଗାଁର ଲୋକ, ଅଭିଭାବକ ଛାତ୍ରୀଛାତ୍ର ମିଳିତ ହୋଇ ଓରତ – ଅଙ୍ଗୁଲାଇ କେନ୍ଦ୍ରାପଡ଼ା ମୁଖ୍ୟରାସ୍ତାକୁ ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖବର ପାଇ ମହାକାଳପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ ମଧ୍ୟ ଗ୍ରାମବାସୀ ଅଡ଼ି ବସିଥିବା ଜଣାପଡ଼ିଛି।