ଲାହୋର,୨୦।୯: ପାକିସ୍ତାନ ସାରା ବିଶ୍ୱରେ ବୁଲି ବୁଲି ସହାୟତା ପାଇଁ ହାତ ପତାଉଥିବାବେଳେ ଭାରତ ଚନ୍ଦ୍ରପୃଷ୍ଠରେ ପହଞ୍ଚତ୍ବା ସହ ଜି୨୦ ସମ୍ମିଳନୀ ଆୟୋଜନ କରିଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ କହିଛନ୍ତି। ପାକିସ୍ତାନର ବିପର୍ଯ୍ୟସ୍ତ ଆର୍ଥିକ ସ୍ଥିତି ପାଇଁ ସେ ପୂର୍ବତନ ଜେନେରାଲ୍ ଓ ବିଚାରପତିମାନଙ୍କୁ ଦାୟୀ କରିଛନ୍ତି। ଭାରତ ଭଳି ପାକିସ୍ତାନ କାହିଁକି ସଫଳତାର ଶୀର୍ଷରେ ପହଞ୍ଚତ୍ ପାରିଲା ନାହିଁ, ଏଥିପାଇଁ କିଏ ଦାୟୀ ବୋଲି ଶରିଫ ଲାହୋର ଠାରେ ଆୟୋଜିତ ବୈଠକରେ ଲଣ୍ଡନରୁ ଭିଡିଓ କନ୍ଫରେନ୍ସ ଜରିଆରେ ପ୍ରଶ୍ନ କରିଥିଲେ। ୨୦୧୯ ନଭେମ୍ବରରେ ଦୁର୍ନୀତି ମାମଲାରେ ପିଏମ୍ଏଲ୍-ଏନ ନେତା ଶରିଫଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବାବେଳେ ସେ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ଦର୍ଶାଇ ଦେଶରୁ ପଳାୟନ କରିଥିଲେ।