Categories: ଜାତୀୟ

ସିଦ୍ଧୁଙ୍କ ଜିଦ୍‌ ରହିଲା

ଚଣ୍ଡିଗଡ,୧୭।୧୨: ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ପୁଣି ଥରେ ଚନ୍ନି ସରକାର ଉପରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ସିଦ୍ଧୁଙ୍କ ଚାପରେ ସରକାର ବିଳମ୍ବିତ ରାତିରେ ଏକ ବଡ ପରିବର୍ତ୍ତନ କରିଛନ୍ତି। ଡିଜିପି ଇକବାଲ ପ୍ରୀତ ସହୋତାଙ୍କୁ ପଦରୁ ହଟାଇ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ସହୋତାଙ୍କ ନିଯୁକ୍ତିକୁ ନେଇ ସିଦ୍ଧୁ କ୍ରମାଗତ ଭାବରେ ବିରୋଧ କରୁଥିଲେ। ଏହି କାରଣରୁ ସେ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଅବଶ୍ୟ, ପରେ ହାଇ କମାଣ୍ଡର ନିର୍ଦ୍ଦେଶରେ ସିଦ୍ଧୁ ରାଜି ହୋଇଥିଲେ। ସିଦ୍ଧୁଙ୍କ ଆପତ୍ତି ପରେ ପଞ୍ଜାବ ସରକାରଙ୍କୁ ବିଧାନସଭା ନିର୍ବାଚନ ପୂର୍ବରୁ ଡିଜିପି ପରିବର୍ତ୍ତନ କରିବାକୁ ପଡିଛି। ଚଟ୍ଟୋପାଧ୍ୟାୟ ସିଦ୍ଧୁଙ୍କ ପସନ୍ଦ ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଡିଜିପି ଦାୟିତ୍ୱ ଇକବାଲଙ୍କୁ ଦାୟିତ୍ୱ ଦେଇଥିଲେ।

Share