Posted inରାଜ୍ୟ

ଭର୍ତ୍ତୃହରିଙ୍କୁ ନେଇ ଭାଜପା-ବିଜେଡି ବୟାନବାଜି

ଭୁବନେଶ୍ବର, ୧୬ା୩(ବ୍ୟୁରୋ): ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବଙ୍କୁ ନେଇ ଏବେ ବିଜେଡି ଓ ଭାଜପା ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଦିଲ୍ଲୀଠାରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଭର୍ତ୍ତୃହରିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା ଏବଂ ବିଜେଡିକୁ କଟାକ୍ଷ ପରେ ଏଭଳି ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସମାନ ଆଭିମୁଖ୍ୟ ଗ୍ରହଣ କରି ଭର୍ତ୍ତୃହରିଙ୍କୁ ପ୍ରଶଂସା କରିଛନ୍ତି। ଜଣେ ବିଜେଡି ଏମ୍‌ପିଙ୍କ ସପକ୍ଷରେ ଭାଜପାର ଏଭଳି ଆଭିମୁଖ୍ୟ ପରେ ଭର୍ତ୍ତୃହରିଙ୍କ ଆଗାମୀ ରାଜନୈତିକ ନିଷ୍ପତ୍ତି ନେଇ ଆଲୋଚନା ଜୋର ଧରିଛି।

ଜୟନାରାୟଣ କହିଛନ୍ତି, ଭର୍ତ୍ତୃହରି ଜଣେ ଜ୍ଞାନୀ ଲୋକ। ତାଙ୍କର ଲୋକ ସଭା ପ୍ରଦର୍ଶନ ଅତ୍ୟନ୍ତ ଭଲ। ପ୍ରଧାନମନ୍ତ୍ରୀ ତାଙ୍କୁ ଉପବାଚସ୍ପତି କରିବା ଲାଗି ଚାହିଁଥିଲେ, କିନ୍ତୁ ସେ ହୋଇପାରିଲେ ନାହିଁ। ତାଙ୍କ ଦଳ ତରଫରୁ ଏଥିଲାଗି ଭର୍ତ୍ତୃହରିଙ୍କୁ ବିରୋଧ କରାଗଲା। ଏବେ ଯେଉଁମାନେ ରାଜ୍ୟ ଶାସନରେ ଅଛନ୍ତି ସେମାନେ ହିଁ କୌରବ। ଆମେ ପାଣ୍ଡବ ନା ନାହିଁ ଜାଣିନି କିନ୍ତୁ ଆମେ ଧର୍ମ ମାର୍ଗରେ ଅଛୁ ବୋଲି ଜୟନାରାୟଣ କହିଛନ୍ତି।

ବିଜେଡି ବିଧାୟକ ଭାଗୀରଥି ସେଠୀ କହିଛନ୍ତି, ଭର୍ତ୍ତୃହରି ବାବୁଙ୍କୁ କୌଣସି ପ୍ରକାର ଅବହେଳା କରାଯାଉନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କ ସହିତ ସୁସମ୍ପର୍କ ରଖିଛନ୍ତି। ସେ ଦଳରେ ବର୍ତ୍ତମାନ ଅଛନ୍ତି ଆଗକୁ ମଧ୍ୟ ରହିବେ। ପାଣ୍ଡବ ତ ସବୁବେଳେ ନ୍ୟାୟ ଧର୍ମରେ ଅଛନ୍ତି। ବିଜେଡି ସବୁବେଳେ ନ୍ୟାୟ ଧର୍ମରେ ରହିଛି। ତେଣୁ ସେମାନେ ଓଡ଼ିଶା ପାଇଁ ସବୁବେଳେ ଶକୁନିର କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ଦୀର୍ଘଦିନ ହେଲା ଭର୍ତ୍ତୃହରି ବାବୁ କଟକ ଲୋକ ସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଏହାସହ ବହୁ ପାର୍ଲାମେଣ୍ଟର ବିଭିନ୍ନ କମିଟିର ଉଚ୍ଚ ପଦପଦବୀରେ ଅଛନ୍ତି। ଜଣେ ଜ୍ଞାନୀ ଲୋକଙ୍କୁ ସମସ୍ତେ ପ୍ରଶଂସା କରିବେ ଏବଂ ଯେଉଁମାନେ ତାଙ୍କୁ ସହ୍ୟ କରିପାରୁ ନାହାନ୍ତି ସେମାନେ ତାଙ୍କୁ ନିନ୍ଦା କରିବେ। ତେଣୁ ଏହା ପ୍ରକୃତିର ସୃଷ୍ଟି, ତାଙ୍କ ଦଳ କଥାରେ ସେମାନେ ନିଷ୍ପତ୍ତି ନେବେ ବୋଲି ମୋକିମ୍‌ କହିଛନ୍ତି।

ସୂଚନାଯୋଗ୍ୟ, ଧର୍ମେନ୍ଦ୍ର ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କହିଥିଲେ ଯେ, ୬ ଥର ଏମ୍‌ପି ଭାବେ ଜିତିଥିବା ନେତାଙ୍କୁ କେହି ଜଣେ ଯଦି କହିବ ସେ କାଉନସିଲର୍‌ ଜିତିପାରିବନି ତେବେ କ’ଣ ହେବ। ଏମିତି ମଝିରେ ମଝିରେ ହୁଏ। ଭର୍ତ୍ତୃହରିବାବୁଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଏବଂ ଦଳମତ ନିର୍ବିଶେଷରେ ଆଦର ରହିଛି ବୋଲି ଧର୍ମେନ୍ଦ୍ର କହିଥିଲେ। ଏହାର ଉତ୍ତରରେ ଭର୍ତ୍ତୃହରି କହିଥିଲେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ କାଳେ ମୋର ଅସୁବିଧା ହୋଇଯିବ ସେଥିଲାଗି ରହି ରହିକି କିଛି କହିଲେ ଆଉ ଅନେକ କଥା କହିଲେନି। ସେଥିଲାଗି ସେ ବସିବା ବେଳେ କହିଲି ଯାହା କହୁଥିଲେ ଟିକେ ଖୋଲିକି କହିଲେନି ବୋଲି ଭର୍ତ୍ତୃହରି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri