ଏକ ନିର୍ଦ୍ଦିଷ୍ଟ ପୋଜିସନରେ ବହୁ ସମୟ ଧରି କାମ କରିବା ଫଳରେ ମାଂସପେଶୀ ଟାଇଟ୍ ହୋଏ ବ୍ୟାକ୍ପେନ୍ ସମସ୍ୟା ଦେଖାଯାଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ ଏକ୍ସରସାଇଜ୍ କରିବା ନିହାତି ଆବଶ୍ୟକ। ଏକ୍ସରସାଇଜ୍ ପାଇଁ ଯଦି ସମୟ ନାହିଁ ତେବେ ପଶ୍ଚିମ ନମସ୍କାର ଆସନ ନିଶ୍ଚିତ କରନ୍ତୁ।
ନମସ୍କାରକୁ ଆପଣ ଛିଡ଼ାହୋଇ କିମ୍ବା ବସିକରି କରିପାରିବେ। ଏହି ଆସନରେ ଦୁଇ ହାତକୁ ପଛପଟକୁ ନେଇ ନମସ୍କାର ମୁଦ୍ରା କରିବାକୁ ପଡ଼େ। ଏଥିପାଇଁ ପ୍ରଥମେ କାନ୍ଧକୁ ଢିଲା ରଖି ହାତକୁ ଟିକେ ବୁଲାନ୍ତୁ। ଏହାପରେ ଦୁଇ ହାତକୁ ପଛପଟକୁ ନେଇଯାଆନ୍ତୁ।
ପଛପଟରେ ହାତ ରଖି ଦୁଇ ପାପୁଲିକୁ ଏକାଠି କରି ନମସ୍କାର ମୁଦ୍ରା କରନ୍ତୁ। ଏହାପରେ ହାତକୁ ନମସ୍କାର ମୁଦ୍ରାରେ ଉପରକୁ ଉଠାନ୍ତୁ। ଏହି ଆସନ ମୁଦ୍ରାରେ ରହି କିଛି ସମୟ ନିଃଶ୍ୱାସ ନିଅନ୍ତୁ। ନିଃଶ୍ୱାସ ଛାଡ଼ିବା ଅବସ୍ଥାରେ ଧୀରେ ଧୀରେ ହାତକୁ ତଳକୁ ଆଣନ୍ତୁ। ଏହାପରେ ହାତକୁ ସାମାନ୍ୟ ଅବସ୍ଥାରେ ରଖନ୍ତୁ।
ଏହି ଆସନ କଲେ ପେଟ ସମସ୍ୟା ସହ ପିଠି ଦରଜ ମଧ୍ୟ କମିଯାଏ। କାନ୍ଧ ଏବଂ ଛାତି ମାଂସପେଶୀକୁ ବି ଆରାମ ଲାଗିଥାଏ।