Categories: ଜାତୀୟ

ପିଠିରେ ଛୁରୀ ମାରୁଥିବା ଲୋକ ଆମର ‘ଗୁରୁ’ ହୋଇପାରିବେନି: ଶିବସେନା

ମୁମ୍ବାଇ,୨୧ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଶିବସେନା ନେତା ଅନନ୍ତ ଗିତେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ନିଜର ଦଳ ଗଢିବାକୁ କଂଗ୍ରେସ ପିଠିରେ ଛୁରୀମାରି ଥିବା ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାୱାର ଶିବସୈନିକଙ୍କ ‘ଗୁରୁ’ ହୋଇ ପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଶିବସେନା, ଏନ୍‌ସିପି ଓ କଂଗ୍ରେସର ମେଣ୍ଟ ମହା ବିକାଶ ଅଘାଡି(ଏମ୍‌ବିଏ)ସରକାର କେବଳ ଏକ ବୁଝାମଣା । ଜନତା ଶରଦ ପାୱାରଙ୍କୁ ଯାହା ଭାବନ୍ତୁନା କାହିଁକି ସେ କେବେ ଆମର ଗୁରୁ ହୋଇପାରିବେ ନାହିଁ । ଆମର ଗୁରୁ ବେକଳ ସ୍ୱର୍ଗତ ବାଲାସାହେବ ଠାକରେ । ଯେ ପର୍ଯ୍ୟନ୍ତ ଏହି ସରକାର ଚାଲିବ ଚାଲୁ, ଯଦି ଆମେ ଅଲଗା ହୋଇଯାଉ ତେବେ ଆମ ଘର ଶିବସେନା ଓ ଆମେ ସବୁବେଳେ ଦଳ ସହ ରହିବୁ ।

Share