ନୂଆଦିଲ୍ଲୀ,୧୦।୪ : ଅଯୋଧ୍ୟା ଗସ୍ତରେ ଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ରାଜ୍ୟସଭା ସଦସ୍ୟ କପିଲ ସିବଲ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ପିଠିରେ ଛୁରା ଭୁଷିଥିବା ଲୋକମାନେ ବାଲାସାହେବ ଠାକରେଙ୍କ ସିନ୍ଧାନ୍ତକୁ ଆଗେଇ ନେଇ ପାରିବେ ନାହିଁ।
ଶିବସେନା ନେତା ଶିନ୍ଦେ ଗତ ବର୍ଷ ଜୁନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ଅଯୋଧ୍ୟାକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏହି ସମୟରେ ହଜାର ହଜାର ଦଳୀୟ କର୍ମୀ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ।
ସିବଲ ଟୁଇଟ କରିଛନ୍ତି ଶିନ୍ଦେ ଅଯୋଧ୍ୟାରେ ଅଛନ୍ତି । ଭଗବାନ ରମା ବଳିଦାନ, ସତ୍ୟ ଏବଂ ସଚ୍ଚୋଟତାକୁ ଚୟନ କରିଥିଲେ। ବାଲାସାହେବ ମଧ୍ୟ ଏହି ବୈଶିଷ୍ଟ୍ୟଗୁଡିକ ଗ୍ରହଣ କରିଥିଲେ। ମାତ୍ର ଶିନ୍ଦେ ଜଣେ ଷଡଯନ୍ତ୍ରକାରୀ, ସୁବିଧାବାଦୀ, ପିଠିରେ ଛୁରା ଭୁଷିଥିବା ଲୋକ। ତାଙ୍କ ଦ୍ୱାରା ବାଲାସାହେବଙ୍କ ସିଦ୍ଧାନ୍ତର ବିକାଶ ହେବ କିପରି।