ଭୁବନେଶ୍ୱରରେ ପଛୁଆବର୍ଗ ସର୍ବେକ୍ଷଣ ନୈରାଶ୍ୟଜନକ

ଭୁବନେଶ୍ୱର,୨୯।୫ (ବ୍ୟୁରୋ): ରାଜ୍ୟରେ ପଛୁଆବର୍ଗ ଲୋକଙ୍କ ସର୍ବେକ୍ଷଣ ଜାରି ରହିଛି। ଏହିକ୍ରମରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ବସବାସ କରୁଥିବା ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶୈକ୍ଷିକ ସ୍ଥିତି ସମ୍ପର୍କରେ ଅବଗତ ହେବା ପାଇଁ ବିଏମ୍‌ସି ପକ୍ଷରୁ ସର୍ଭେ କରାଯାଉଛି। ତେବେ ଅନ୍ୟ ଅଞ୍ଚଳ ଅପେକ୍ଷା ବିଏମ୍‌ସି ଅଞ୍ଚଳରେ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି। ଏହାକୁ ନେଇ କିଛିଦିନ ତଳେ ବିଏମ୍‌ସି କମିଶନର ଅସନ୍ତୋଷ ବ୍ୟକ୍ତ କରିବା ସହ ସର୍ଭେ କାମକୁ କିଭଳି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରି ହେବ ସେ ନେଇ ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ ନିୟୋଜିତ ହୋଇଥିବା ଅଙ୍ଗନଓ୍ବାଡିକର୍ମୀଙ୍କୁ ସହଯୋଗ କରିବା ପାଇଁ ସମସ୍ତ ଓ୍ବାର୍ଡ ଅଫିସରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ମେ’୨୫ ସୁଦ୍ଧା ସହରରେ ମାତ୍ର ୧୫ ପ୍ରତିଶତ ସର୍ଭେ ହୋଇଥିବାବେଳେ ୨୮ ତାରିଖ ସୁଦ୍ଧା ଏହା ୧୯.୩୫ ପ୍ରତିଶତ ହୋଇଥିବା ସୂଚନା ମିଳିଛି। ମେ’ ୧ରୁ ଆରମ୍ଭ ହୋଇଥିବା ଏହି ସର୍ବେକ୍ଷଣ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିଲା। ଏବେ ଏହାକୁ ଜୁନ୍‌ ୬ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ତେବେ ଓ୍ବାର୍ଡ ଅଫିସର ସାମିଲ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ସର୍ଭେ ସମ୍ପୂର୍ଣ୍ଣ ହେବା ନେଇ ପୁଣି ଆଶଙ୍କା ଉପୁଜିଛି। କାରଣ ସର୍ଭେର ଅବଧି ବଢାଇ ଦିଆଯାଇଥିବାରୁ ଏହି କାମ କରିବା ପାଇଁ ଅଧିକାଂଶ ଅଙ୍ଗନଓ୍ବାଡି କର୍ମୀ ବା ଏନ୍ୟୁମୁରେଟର ଅରାଜି ହେଉଛନ୍ତି। ଏହାକୁ ନେଇ ବିଏମ୍‌ସି କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି।

ସର୍ଭେ କାର୍ଯ୍ୟକ୍ରମର ନୋଡାଲ ଅଫିସର ଭାବେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ସହଯୋଗ କରିବାକୁ ୩ଟି ଜୋନ୍‌ର ଜୋନାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏମାନଙ୍କ ବ୍ୟତୀତ ୧୩୩ଜଣ ଅଙ୍ଗନଓ୍ବାଡିକର୍ମୀ ଓ ୧୪ ଜଣ ସୁପରଭାଇଜରଙ୍କୁ ସର୍ଭେ କାମରେ ନିୟୋଜିତ କରାଯାଇଛି। ପଛୁଆବର୍ଗଙ୍କ ସର୍ବେକ୍ଷଣରେ ନିୟୋଜିତ ହେବା ପରେ ଅଙ୍ଗନଓ୍ବାଡି କର୍ମୀମାନେ ସେମାନଙ୍କର ନିର୍ଦ୍ଧାରିତ କାମ ଯେପରିକି, ଛତୁଆ ବାଣ୍ଟିବା, ମାସିକ ରିପୋର୍ଟ ପ୍ରସ୍ତୁତ କରିବା, ମମତା ଯୋଜନା କାମ ଆଦି କରିପାରୁ ନାହାନ୍ତି। ୨ମାସ ହେବ ଏହି କାମ ବନ୍ଦ ରହିଥିବାରୁ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ସେମାନେ ଆଉ ସର୍ଭେ କରିବେ ନାହିଁ ବୋଲି ନୋଡାଲ ଅଫିସରଙ୍କୁ ଜଣାଇ ଦେଇଛନ୍ତି। ଅଧିକାଂଶ ଅଙ୍ଗନଓ୍ବାଡିକର୍ମୀ ସମାନ କାରଣ ଦର୍ଶାଇ ସର୍ଭେ କରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇଛନ୍ତି। ଅପରପକ୍ଷେ ଅତିରିକ୍ତ କମିଶନର ବା ନୋଡାଲ ଅଫିସରଙ୍କ ନେତୃତ୍ୱରେ ରବିବାର ଆଭାସୀ ମାଧ୍ୟମରେ ସମସ୍ତ ଓ୍ବାର୍ଡ ଅଫିସର, କମ୍ୟୁନିଟି ଅର୍ଗାନାଇଜର, ଜୋନାଲ ଡେପୁଟି କମିଶନର, ସିଡିପିଓ, ସୁପରଭାଇଜରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଅଙ୍ଗନଓ୍ବାଡିକର୍ମୀଙ୍କୁ ସର୍ଭେ ସରିବା ପର୍ଯ୍ୟନ୍ତ କାମ କରିବାକୁ କୁହାଯାଇଥିଲା। ସେମାନଙ୍କୁ ସହଯୋଗ କରିବାକୁ ଜଣେ ଜଣେ ସହଯୋଗୀ ଏବଂ ଗାଡ଼ିର ସୁବିଧା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। ଏଥିସହ କମ୍ୟୁନିଟି ଅର୍ଗାନାଇଜରମାନଙ୍କୁ ନିଜ ଅଞ୍ଚଳରେ ସର୍ଭେ ହୋଇ ନ ଥିବା ସ୍ଥାନର ତାଲିକା ପ୍ରସ୍ତୁତ କରି ଏନୁମ୍ୟୁରେଟରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡିଲେ ସ୍ବତନ୍ତ୍ର ଡ୍ରାଇଭ୍‌ କରି ସମ୍ପୃକ୍ତ ସ୍ଥାନରେ ସର୍ଭେ କରିବାକୁ କୁହାଯାଇଛି। ତେବେ ଅଧିକାଂଶ ଅଙ୍ଗନଓ୍ବାଡି କର୍ମୀ ସର୍ଭେ କରିବାକୁ ଅନିଚ୍ଛା ପ୍ରକାଶ କରିଥିବାରୁ ନିର୍ଦ୍ଧାରିତ ସମୟରେ ସର୍ଭେ କାର୍ଯ୍ୟ କିପରି ସରିବ ସେ ନେଇ ଚିନ୍ତା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

ଭୁବନେଶ୍ୱରରେ ଏକାଠି ହୋଇଗଲେ ଶହ-ଶହ ପୋଲିସ, ସ୍ଥିତି ସାଂଘାତିକ!

ଭୁବନେଶ୍ୱର,୨୧।୯: ଘନେଇଲା ଭରତପୁର ପୋଲିସ-ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ୍‌ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି...

ବନ୍ଧା ହେବା ପରେ ରୋଡ୍‌ ରୋମିଓଙ୍କ ଚାଞ୍ଚଲ୍ୟକର ବୟାନ! ସେଦିନ ରାତିରେ…

ଭୁବନେଶ୍ୱର,୨୧।୯: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri