ଶୀଘ୍ର ସ୍ଥାପନ ହୋଇପାରେ ବ୍ୟାଡ୍‌ ବ୍ୟାଙ୍କ

ନୂଆଦିଲ୍ଲୀ, ୧୯।୭:  ୬ ହଜାର କୋଟି ଟଙ୍କାର ପ୍ରସ୍ତାବିତ ପୁଞ୍ଜି ସହ ଦେଶ ମଧ୍ୟରେ ଏକ ନ୍ୟାଶନାଲ ଆସେଟ ରିକନ୍‌ଷ୍ଟ୍ରକଶନ କମ୍ପାନୀ ଲିମିଟେଡ(ଏନ୍‌ଏଆର୍‌ସିଏଲ୍‌) ବା ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ ଲାଗି ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ ଶୀଘ୍ର ରିଜର୍ଭ ବ୍ୟାଙ୍କକୁ ଏକ ଆବେଦନ ପତ୍ର ପ୍ରଦାନ କରିବ। ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। କମ୍ପାନୀର ପଞ୍ଜୀକରଣ ସହ ନିୟମ ଅନୁସାରେ ୧୦୦ କୋଟିର ପ୍ରାରମ୍ଭିକ ପୁଞ୍ଜି ବ୍ୟବସ୍ଥା କରାଯିବ। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଅଡିଟ ଏବଂ ଆର୍‌ବିଆଇ ଠାରୁ ଲାଇସେନ୍ସ ପାଇବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ। ବ୍ୟାଡ୍‌ ଲୋନ କ୍ରୟ ଲାଗି ରହିଥିବା ପୁଞ୍ଜି ସୀମାକୁ ୨୦୧୭ରେ ଆର୍‌ବିଆଇ ୧୦୦ କୋଟି ଟଙ୍କାକୁ ବଢ଼ାଇଛି। ବିଭିନ୍ନ ଆଇନଗତ ଦିଗରେ କାର୍ଯ୍ୟ କରିବା ଲାଗି ଲିଗାଲ କନ୍‌ସଲଟାଣ୍ଟ ଭାବେ ଏଜେଡ୍‌ବି ଆଣ୍ଡ ପାର୍ଟନର କାର୍ଯ୍ୟ କରୁଛି।
ପ୍ରାରମ୍ଭିକ ପୁଞ୍ଜି ପ୍ରାୟ ୮ ବ୍ୟାଙ୍କ ପ୍ରଦାନ କରିବେ। ପର୍ଯ୍ୟାୟକ୍ରମେ ଏନ୍‌ଏଆର୍‌ସିଏଲ୍‌ ଏହାର ପୁଞ୍ଜିକୁ ୬ ହଜାର କୋଟି ଟଙ୍କାକୁ ବଢ଼ାଇବ। ଏହାପରେ ଆର୍‌ବିଆଇର ମଞ୍ଜୁରୀ ଲୋଡ଼ାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ଆର୍‌ବିଆଇ ଲାଇସେନ୍ସ ମିଳିବା ପରେ ଅନ୍ୟ ଇକ୍ୱିଟି ପାର୍ଟନର ଏବଂ ବ୍ୟାଙ୍କର ବୋର୍ଡକୁ ମଧ୍ୟ ସମ୍ପ୍ରସାରଣ କରାଯିବ। ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ ଲାଗି ଆଇବିଏକୁ କାର୍ଯ୍ୟ ଭାର ପ୍ରଦାନ କରାଯାଇଛି। ଏଥିଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ବୋର୍ଡ ମଧ୍ୟ ଗଠନ କରାଯାଇଛି। ଏସ୍‌ବିଆଇର ଚାପ ଗ୍ରସ୍ତ ସମ୍ପତ୍ତି ବିଶେଷଜ୍ଞ ପି.ଏମ୍‌.ନାୟାରଙ୍କୁ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏହାର ଅନ୍ୟ ନିର୍ଦ୍ଦେଶକଙ୍କ ମଧ୍ୟରେ ଆଇବିଏ ମୁଖ୍ୟ ନିର୍ବାହୀ ସୁନୀଲ ମେହେଟ୍ଟା, ଏସ୍‌ବିଆଇର ଉପପରିଚାଳନା ନିର୍ଦ୍ଦେଶକ ଏସ୍‌ଏସ୍‌ ନାୟାର ଏବଂ କାନାରା ବ୍ୟାଙ୍କ ସିଜିଏମ୍‌ ଅଜିତ କ୍ରିଷ୍ଣନ ନାୟାର ରହିଛନ୍ତି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ୍‌ ୨୦୨୧-୨୨ ଉପସ୍ଥାପନ ବେଳେ ବ୍ୟାଡ୍‌ ବ୍ୟାଙ୍କ ସମ୍ପର୍କରେ ଘୋଷଣା କରିଥିଲେ। ବ୍ୟାଙ୍କ ଗୁଡ଼ିକରେ ଅନାଦାୟ ଋଣ ବଢୁଥିବାରୁ ବ୍ୟାଙ୍କ ବୁକ୍‌କୁ ସ୍ବଚ୍ଛ ରଖିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରିବା ନେଇ ଯୋଜନା କରାଯାଇଛି। ଚାପଗ୍ରସ୍ତ ଋଣକୁ ଆସେଟ୍‌ ରିକନ୍‌ଷ୍ଟ୍ରକଶନ କମ୍ପାନୀ ଲିମିଟେଡ ଏବଂ ଆସେଟ୍‌ ମ୍ୟାନେଜମେଣ୍ଟ କମ୍ପାନୀ ନିଜ ଅକ୍ତିଆରକୁ ନେବ ବୋଲି ବଜେଟ ଅଭିଭାଷଣରେ ନିର୍ମଳା କହିଥିଲେ। ଏନ୍‌ପିଏ ସମ୍ପତ୍ତିଗୁଡ଼ିକୁ ବିକଳ୍ପ ଫଣ୍ଡ ଏବଂ ସମ୍ଭାବ୍ୟ ନିବେଶକଙ୍କ ଦ୍ୱାରା ମୂଲ୍ୟ ନିର୍ଦ୍ଧାରଣ ସହ ଅର୍ଥ ଫେରାଇ ଆଣିବାରେ ଏହି କମ୍ପାନୀଗୁଡ଼ିକ କାର୍ଯ୍ୟ କରିବ। ଏନ୍‌ପିଏ ରିଜଲ୍ୟୁଶନ ଲାଗି ଗତବର୍ଷ ଆଇବିଏ ଏକ ପ୍ରସ୍ତାବ ଦେଇଥିଲା। ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଆସେଟ୍‌ ରିକନ୍‌ଷ୍ଟ୍ରକଶନ କମ୍ପାନୀ ଏବଂ ଆସେଟ୍‌ ମ୍ୟାନେଜମେଣ୍ଟ କମ୍ପାନୀ ମଡେଲ ଗ୍ରହଣ କରିବା ଲାଗି ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ଏନ୍‌ଏଆର୍‌ସିଏଲ୍‌ ଗଠନରେ ପ୍ରମୁଖ ଅଂଶୀଦାର ରହିବା ଲାଗି କାନାରା ବ୍ୟାଙ୍କ ଆଗ୍ରହ ଦେଖାଇଥିବା ଜଣାପଡିଛି। ଏହି ବ୍ୟାଙ୍କ ୧୨% ଅଂଶଧନ ରଖିବ ବୋଲି ପ୍ରସ୍ତାବ ରହିଛି। ପ୍ରସ୍ତାବିତ ଏନ୍‌ଏଆର୍‌ସିଏଲ୍‌ରେ ୫୧% ଅଂଶଧନ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ନିକଟରେ ରହିବ। ବଳକା ଅଂଶଧନ ଘରୋଇ ବ୍ୟାଙ୍କଗୁଡ଼ିକ ନିକଟରେ ରହିବ। ଏହା ବ୍ୟାଙ୍କଗୁଡ଼ିକ ଦ୍ୱାରା ଘୋଷଣା ହୋଇଥିବା ଏନ୍‌ପିଏକୁ ଏନ୍‌ଏଆର୍‌ସିଏଲ୍‌ ଅଧିଗ୍ରହଣ କରିବ। ଏନ୍‌ପିଏ ବିକ୍ରି ପ୍ରକ୍ରିୟାକୁ ଏହା ତ୍ୱରାନ୍ବିତ କରିବ। ବ୍ୟାଙ୍କଗୁଡ଼ିକ ପ୍ରଦାନ କରିଥିବା ଏନ୍‌ପିଏ ସମ୍ପତ୍ତିଗୁଡ଼ିକୁ ଏହା ନିଜ ଅକ୍ତିଆରକୁ ନେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୨ ଏନ୍‌ପିଏକୁ ବ୍ୟାଙ୍କ ଚିହ୍ନଟ କରିଛନ୍ତି। ଏହାର ମୂଲ୍ୟ ପ୍ରାୟ ୮୯ ହଜାର କୋଟି ଟଙ୍କା ହେବ। ଏହା ଏନ୍‌ଏଆର୍‌ସିଏଲ୍‌ ଅଧୀନକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

୫୦ କୋଟିର କାରବାର ଆକଳନ

ଭୁବନେଶ୍ୱର,୨୩।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୟପୁରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ରଗ୍‌ ଉତ୍ସବ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି...

ଆଇଏସ୍‌ବି ପକ୍ଷରୁ ପିଜିପି ୱାଇଏଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ମ୍ୟାନେଜମେଣ୍ଟ କଲେଜ ଇଣ୍ଡିଆନ ସ୍କୁଲ ଅଫ୍‌ ବିଜ୍‌ନେସ୍‌ ବା ଆଇଏସ୍‌ବିର ନୂତନ ପାଠ୍ୟକ୍ରମ ‘ପିଜିପି ୱାଇଏଲ୍‌’ର ଶୁଭାରମ୍ଭ...

୭% ହାରରେ ଭାରତୀୟ ଅର୍ଥନୀତି ଅଭିବୃଦ୍ଧି ଆଶା

ଭୁବନେଶ୍ୱର,୨୩।୯ (ଅନୁରାଧା ମହାରଣା): ଭାରତର ଅର୍ଥନୀତି ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୮.୨ ପ୍ରତିଶତ ହାରରେ...

ପ୍ରଯୁକ୍ତି ସହାୟତାରେ ସଶକ୍ତୀକରଣ

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ମସାଇ ସ୍କୁଲ ସମଗ୍ର ଭାରତ ବର୍ଷରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏପରିକି ଖୁବ୍‌ କମ୍‌ ଦିନ ମଧ୍ୟରେ...

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri