ପାକିସ୍ତାନରେ ମହଙ୍ଗା ମାଡ, ଗ୍ୟାସ ୧୦ ହଜାର ତ ଅଟା କିଲୋ ୧୫୦ ଟଙ୍କା

ଇସଲାମାବାଦ,୬ ।୧: ପାକିସ୍ତାନ ମହଙ୍ଗା ମାଡରେ ବେଳକୁ ବେଳ ଅସହ୍ୟ ହେଲାଣି ସାଧାରଣ ଜୀବନ । ସାଧାରଣ ଜିନିଷ ଏବେ ଜନତାଙ୍କ ନିକଟରେ ପହଞ୍ଚିବା ବି କାଠିକର ପାଠ ହୋଇଯାଉଛି । ଏବେ ପାକିସ୍ତାନରେ ରୋଷେଇ ଗ୍ୟାସର ଦାମ ୧୦ ହଜାର ଟଙ୍କାରେ ପହଞ୍ଚିଥିବା ବେଳେ ଚିକେନ କିଲୋଗାମ ପିଛା ପ୍ରାୟ ୭୦୦ ଟଙ୍କା ହୋଇଯାଇଛି । ଏପଟେ ଅଟାର କିଲୋ ପିଛା ଦାମ ୧୫୦ ଟଙ୍କା ହୋଇଥିଲେ ବି ଏହା ମିଳୁନାହିଁ । କିଛି ଅଟା ପାଇଁ ଲୋକେ ସକାଳୁ ଲାଇନରେ ଠିଆ ହେଉଛନ୍ତି । ଏହାପରେ ବି ସେମାନଙ୍କୁ ଅଟା ମିଳୁ ନ ଥିବା କୁହାଯାଉଛି । ପାକିସ୍ତାନର ଅର୍ଥମନ୍ତ୍ରୀ କହିଛନ୍ତି ଡିସେମ୍ବରରେ ମହଙ୍ଗା ଦର ୨୪.୫ ପ୍ରତିଶତ ବୃଦ୍ଧି ହୋଇଛି ଯାହା ଗତବର୍ଷ ଏହି ସମୟରେ ଏହା ୧୨ ପ୍ରତିଶତ ଥିଲା ।
ପାକିସ୍ତାନର ଆର୍ଥିକ ସ୍ଥିତି ବିଗିଡିବାର ମୂଳ କାରଣ ହେଉଛି ପାକିସ୍ତାନ ଉପରେ ବିଦେଶୀ କରଜ ପରିମାଣ ଅତଧିକ ହୋଇଯାଇଛି । ଆଉ ଏକ କଥା ହେଉଛି ଗତବର୍ଷ ପାକିସ୍ତାନରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁ ବି ଦେଶରେ ଆର୍ଥିକ ସ୍ଥିତି ବଗିଡି ଯାଉଛି ।

Share