Posted inଖେଳ

IPL 2025: ପ୍ରଶଂସକଙ୍କୁ ବଡ଼ ଝଟ୍‌କା, ଏଣିକି ମାଗଣାରେ ଦେଖିପାରିବେ ନାହିଁ ଆଇପିଏଲ୍‌ ମ୍ୟାଚ୍‌, ଗଣିବାକୁ ପଡ଼ିବ…

ନୂଆଦିଲ୍ଲୀ,୧୪।୨: ସମସ୍ତ କ୍ରିକେଟ ପ୍ରେମୀ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫିକୁ ଅପେକ୍ଷା କରିଛନ୍ତି। ଏହା ପରେ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ ଲିଗ୍‌ ’ଇଣ୍ଡିଆନ ପ୍ରିମିୟର ଲିଗ(IPL)’ ଆରମ୍ଭ ହେବ। ମାର୍ଚ୍ଚରୁ ଆଇପିଏଲ୍‌ର ପରବର୍ତ୍ତୀ ସିଜିନ ଆରମ୍ଭ ହେବାକୁ ଯାଉଛି। ହେଲେ ତାହା ପୂର୍ବରୁ ଲିଗ୍‌ର ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଏପର୍ଯ୍ୟନ୍ତ ପ୍ରଶଂସକମାନେ ଜିଓ ସିନେମାରେ ଆଇପିଏଲ୍‌ ମ୍ୟାଚ ଲାଇଭ୍‌କୁ ଉପଭୋଗ କରୁଥିଲେ। କିନ୍ତୁ ଏହି ସିଜନରୁ ସେଭଳି ଘଟିବ ନାହିଁ। ପ୍ରକୃତରେ Jio Cinema ଏବଂ Disney+ Hotstar କୁ ମିଶ୍ରଣ କରାଯାଇଛି। ଏବେ ଏହା JioHotstar ଭାବେ ଲଞ୍ଚ ହୋଇଛି। ଏଥିରେ IPL ମ୍ୟାଚ୍‌ର ଲାଇଭ ଷ୍ଟ୍ରିମିଂ କରାଯିବ ସତ ହେଲେ ତାହା ଦେଖିବା ପାଇଁ ବ୍ୟବହାରକାରୀଙ୍କୁ ଟଙ୍କା ଦେବାକୁ ପଡିବ।

ନିକଟରେ ଡିଜନି+ ହଟଷ୍ଟାର ଏବଂ ଜିଓ ସିନେମାର ମିଶ୍ରଣ ହୋଇଥିଲା। ଶୁକ୍ରବାର ଦିନ ଉଭୟଙ୍କ ନାମକୁ ମିଶାଇ JioHotstar ଆପ୍‌ ଲଞ୍ଚ କରାଯାଇଥିଲା। ଏହା ଅମ୍ବାନୀ ଗ୍ରୁପର ମାଲିକାନାରେ ଚାଲିବ। ଏଥିରେ ପ୍ରଶଂସକମାନେ IPLର ପ୍ରଥମ କିଛି ମିନିଟ ଲାଇଭ ଦେଖିପାରିବେ। ମାତ୍ର ସମ୍ପୂର୍ଣ୍ଣ ମ୍ୟାଚ ଦେଖିବା ପାଇଁ ସେମାନଙ୍କୁ ଏକ ସବସ୍କ୍ରିପସନ୍‌ ପ୍ଲାନ କିଣିବାକୁ ପଡିବ। ଆରମ୍ଭିକ ସବସ୍କ୍ରିପସନ ପ୍ଲାନର ମୂଲ୍ୟ ୧୪୯ ଟଙ୍କା। ୨୯୯ ଟଙ୍କିଆ ଗୋଟିଏ ଯୋଜନା ରହିଛି ଯେଉଁଥିରେ ଉପଭୋକ୍ତାମାନେ ଅଧିକ ସୁବିଧା ଏବଂ ଲାଭ ପାଇବେ। ସେହିଭଳି ୪୯୯ ଟଙ୍କାର ପ୍ଲାନରେ ଉପଭୋକ୍ତାମାନେ ବିନା ବିଜ୍ଞାପନରେ ମ୍ୟାଚ୍‌ ଦେଖିପାରିବେ। ଏହି ତିନୋଟିଯାକ ଯୋଜନା ତିନି ମାସ ପାଇଁ ବୈଧ ରହିବ।

IPL ୨୦୦୮ ମସିହାରେ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ୧୭ଟି ସିଜିନ ଖେଳାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ପାଞ୍ଚ ଥର ଏହି ଟାଇଟଲ ଜିତିଛନ୍ତି। IPLର ପରବର୍ତ୍ତୀ ସିଜିନ ୨୧ ମାର୍ଚ୍ଚରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ଖେଳାଯାଇପାରେ।

ବିସିସିଆଇ ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନର କାର୍ଯ୍ୟସୂଚୀ ଘୋଷଣା କରିନାହିଁ। ତଥାପି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସମ୍ପ୍ରତି ଏହାର ଆରମ୍ଭ ତାରିଖ ବିଷୟରେ ସୂଚନା ଦେଇଥିଲେ। ସେହି ସମୟରେ ଫାଇନାଲ ସମେତ ପ୍ଲେ-ଅଫ ସମ୍ପର୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ ପାଇଥିଲା। ଫାଇନାଲ ମ୍ୟାଚ ୨୫ ମଇରେ ଇଡେନ ଗାର୍ଡେନରେ ଖେଳାଯିବ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଦୁଇଟି ପ୍ଲେଅଫ୍‌ ମ୍ୟାଚ ଅନୁଷ୍ଠିତ ହେବାର ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ମାଛ ଧରୁଥିବାବେଳେ ଭାସିଗଲେ ୬ ମତ୍ସ୍ୟଜୀବୀ: ୫ ଜଣ ଉଦ୍ଧାର, ଜଣେ ନିଖୋଜ

ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ବନ୍ତନାଶି-ମହାନଦୀ ମୁହାଣ ମାଉଥଠାରେ ମଙ୍ଗଳବାର ଅପରାହ୍ନରେ ୬...

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ

ବଡ଼ଗାଁ,୧ା୪(ଅଶୋକ ଷଡ଼ଙ୍ଗୀ): ବଡ଼ଗାଁ ଥାନା ଅଞ୍ଚଳରେ ମଙ୍ଗଳବାର ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି। ତୁଡାଲଗା ମଙ୍ଗଳ ମନ୍ଦିରରେ ଚାଲିଥିବା ନବରାତ୍ର...

୨୫୦୦କୋଟି ଟଙ୍କାରେ Drishti IASକୁ ବିକ୍ରି କରିବେ ବିକାଶ ଦିବ୍ୟକୀର୍ତ୍ତି, ଜାଣନ୍ତୁ କାହାକୁ…

ନୂଆଦିଲ୍ଲୀ,୧।୪: ଭାରତୀୟ ଶିକ୍ଷା ଏବଂ ପ୍ରେରଣା ଜଗତରେ ଏକ ବଡ଼ ନାମ ଅର୍ଜନ କରିଥିବା ବିକାଶ ଦିବ୍ୟକୀର୍ତ୍ତି ଏବେ ତାଙ୍କର ସମ୍ପୂର୍ଣ୍ଣ ବ୍ୟବସାୟକୁ ବିକ୍ରି କରିବାକୁ...

ରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍‌ ଫୋର୍ସ: ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜି

ଭଦ୍ରକ,୧।୪(ସନାତନ ରାଉତ): ଭଦ୍ରକରେ ରାମନବମୀ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଙ୍ଗଳବାର ଅପରାହ୍ନ ୫ଟାରେ ଏସ୍‌ପିଙ୍କ ଅଫିସ୍‌ରେ ସ୍ଥିତି ସମୀକ୍ଷା...

ଭାରତର ଶତ୍ରୁ ଦେଶକୁ ଝଟ୍‌କା ଦେଲା ଚାଇନା, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୪: ଠିକ ଗୋଟିଏ ଦିନ ପୂର୍ବରୁ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ୟୁନୁସ, ସି ଜିନପିଙ୍ଗଙ୍କ ଗଡ଼କୁ ଯାଇଥିଲେ ଏବଂ ଭାରତକୁ ଜ୍ଞାନ ପ୍ରଦାନ କରୁଥିଲେ।...

୬ମାସ ହେଲା କାମ କରୁନି ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କ, ପଦକ୍ଷେପ ନ ନେଲେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ଲାଞ୍ଜିଗଡ, ୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପାହାଡପଦର ପଞ୍ଚାୟତ ବୋରପଦର ଗାଁଠାରେ ଦୀର୍ଘ ୬ମାସ ହେଲା ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କ କାମ...

ଏମିତି ବି ମୃତ୍ୟୁ ଆସେ, ପ୍ରବଚନ ଦେଉଥିବା ବେଳେ ଟଳିପଡ଼ିଲେ

ସାବରଙ୍ଗ/ବାସୁଦେବପୁର,୧।୪ (କାଳିପଦ ରାୟ/ନାରାୟଣ ପ୍ରସାଦ ବାରିକ): ଏମିତି ବି ମୃତ୍ୟୁ ଆସେ। ପ୍ରବଚନ ଦେଉଥିବା ବେଳେ ଟଳିପଡ଼ିଲେ ପ୍ରବଚକ। ସୋମବାର ରାତିରେ ଭଦ୍ରକ ଜିଲା ସାବରଙ୍ଗ...

ଆଜିଠୁ ଲାଗୁ ହେଲା ନୂଆ ପେନସନ ନିୟମ, ଏମାନଙ୍କୁ ମିଳିବନି ଲାଭ

ନୂଆଦିଲ୍ଲୀ,୧।୪: ଯଦି ଆପଣ ସରକାରୀ ଚାକିରି କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ, କାରଣ କେନ୍ଦ୍ର ସରକାରଙ୍କ ୟୁନିଫାଏଡ ପେନସନ ଯୋଜନା (UPS)...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image