Categories: ଖେଳ

ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଅନ୍ତିମ ଦିନିକିଆ ପୂର୍ବରୁ ବେଙ୍ଗାଲୁରୁ ଫେରିଲେ…

କୋଲକାତା,୧୩।୧: ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରୁଛି ଟିମ୍‌ ଇଣ୍ଡିଆ। ଆରମ୍ଭରୁ ଦୁଇଟି ମ୍ୟାଚ୍‌ ଜିତି ଦଳ ସିରିଜ ଉପରେ ଆଗୁଆ କବ୍ଜା କରିଛି। ଏବେ ଦୁଇ ଟିମ୍‌ ମଧ୍ୟରେ ଅନ୍ତିମ ମୁକାବିଲା ରବିବାର(ଜାନୁୟାରୀ ୧୫)ରେ ଥିରୁବନନ୍ତପୁରମ୍‌ରେ ଖେଳାଯିବ। ହେଲେ ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ ଝଟ୍‌କା ଲାଗିଛି।

ଶୁକ୍ରବାର ସକାଳେ ଭାରତୀୟ ଟିମ୍‌ ଏବଂ ବାକି ସପୋର୍ଟ ଷ୍ଟାଫ୍‌ ଶୁକ୍ରବାର ତୃତୀୟ ମ୍ୟାଚ୍‌ ଲାଗି ଥିରୁବନନ୍ତପୁରମ୍‌ ଯାତ୍ରା କରିଥିବା ବେଳେ କୋଚ୍‌ ରାହୁଲ ଦ୍ରାବିଡ କୋଲକାତାରୁ ସିଧା ବେଙ୍ଗାଲୁରୁ ଯାଇଛନ୍ତି। ଏମିତିରେ ସେ ତୃତୀୟ ମ୍ୟାଚ୍‌ ସମୟରେ ଦଳ ସହ ରହିବେ କି ନାହିଁ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି। ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ସେ ସକାଳେ ବାଙ୍ଗାଲୁରୁ ଯାତ୍ରା କରିଥିବା ଜଣାପଡ଼ିଛି।

ରିପୋର୍ଟ ମୁତାବକ, ଦ୍ରାବିଡ ଅସୁସ୍ଥ ଅଛନ୍ତି। ଏହି କାରଣରୁ ସେ ବେଙ୍ଗାଲୁରୁ ଯାତ୍ରା କରିଛନ୍ତି। ଦ୍ରାବିଡ ରକ୍ତଚାପ ସମସ୍ୟାରେ ପୀଡ଼ିତ ହୋଇଛନ୍ତି। ଗୁରୁବାର ଭାରତ ଏବଂ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ ସମୟରେ ସେ ଏନେଇ ଅଭିଯୋଗ କରିଥିଲେ। ଏହାପରେ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲର ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସବୁକିଛି ଠିକ୍‌ ଥିଲେ ସେ ରବିବାର ଦଳ ସହ ଯୋଡ଼ି ହୋଇପାରନ୍ତି ବୋଲି କୁହାଯାଉଛି।

Share