Categories: ଖେଳ

ଭାରତୀୟ ଦଳ ପାଇଁ ଖରାପ ଖବର: ଭାରତ ଫେରିଲେ ଏହି କ୍ରିକେଟର୍‌

ମେଲବୋର୍ନ,୩୧।୧୨:ବକ୍ସିଂ ଡେ’ ଟେଷ୍ଟରେ ଭାରତୀୟ ଦଳର ବିଜୟ ହାସଲ କରିଛି। ଏହି ସମୟରେ ବର୍ଡର-ଗାଭାସ୍କର ଟ୍ରଫି ୧-୧ରେ ବରାବର ହୋଇଛି। ଜାନୁଆରୀ ୭ରେ ତୃତୀୟ ଟେଷ୍ଟ ଖେଳାଯିବାକୁ ଥିବାବେଳେ ଭାରତୀୟ ଦଳ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଦଳର ପେସ୍‌ ବୋଲର୍‌ ଉମେଶ ଯାଦବ ଆହତ କାରଣରୁ ସିରିଜ୍‌ ବାଦ୍‌ ପଡିଛନ୍ତି। ଦ୍ୱିତୀୟ ଟେଷ୍ଟ ଖେଳୁଥିବାବେଳେ ସେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ତାଙ୍କ ମାଂଶପେଶୀ ମୋଡି ହୋଇଯାଇଥିବା ଜଣାପଡିଛି। ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂଶରେ ଭାରତକୁ ପ୍ରଥମ ସଫଳତା ଦେଇଥିବା ଉମେଶ ୪ର୍ଥ ଓଭର ବୋଲିଂ କରୁଥିବାବେଳେ ଆହତ ହୋଇଥିଲେ। ପରେ ତାଙ୍କୁ ପଡିଆରୁ ବାହରକୁ ନିଆଯାଇଥିଲା। ଏବେ ସେ ଭାରତ ଅଭିମେଖ ବାହାରିଛନ୍ତି। ତୃତୀୟ ଟେଷ୍ଟରେ ଉମେଶ ଯାଦବଙ୍କ ସ୍ଥାନ ନଟରାଜନ ନେଇପାରନ୍ତି।

Share