ରୁଷିଆ ପରେ ଏବେ ବେଲାରୁସ୍‌ କଲା ଯୁଦ୍ଧ ଘୋଷଣା

ମିନସ୍କ,୧।୩: ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ରୁଷିଆ ପରେ ଏବେ ବେଲାରୁଷ ମଧ୍ୟ ୟୁକ୍ରେନ ବିରୋଧରେ ଯୁଦ୍ଧ କରିବାକୁ ଘୋଷଣା କରିଛି। ଇତିମଧ୍ୟରେ ଖୁନିକି ଉପରେ ଏକ ଯୁଦ୍ଧ ବିମାନ ଉଡ଼ୁଥିବା ବେଳେ ଏହା କମ୍‌ ଉଚ୍ଚତାରେ ସୀମା ଆଡକୁ ଯାଉଥିବାର ଦେଖିବାକୁ ମିଳିଛି। ଏତଦ୍‌ ବ୍ୟତୀତ ୧୦ଟା ୩୦ରେ ଦକ୍ଷିଣ ଆଡ଼କୁ ଆଉ ଏକ ହେଲିକପ୍ଟର ଦେଖାଯାଇଥିଲା। ରିପୋର୍ଟ ଅନୁସାରେ କା -୫୨ ‘ଏଲିଗେଟର’ ହେଲିକପ୍ଟର ଗୋମେଲରୁ ୟୁକ୍ରେନକୁ ଉଡ଼ିଥିବା ଜଣାପଡ଼ିଛି। ଏହାଦ୍ୱାରା ୟୁକ୍ରେନରେ ବେଲାରୁସ୍‌ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ଚଳାଇଥିବା ଅନୁମାନ କରାଯାଉଛି।

Share