ବଡ଼ମ୍ବା,୧୪ା୧(ଡି.ଏନ୍.ଏ.): କଟକ ଜିଲା ବଡ଼ମ୍ବା-ଗୋପୀନାଥପୁର ଟି-ବ୍ରିଜ୍ରେ ଶନିବାର ଦଳାଚକଟାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଅଞ୍ଜନା ସ୍ବାଇଁ(୪୫)। ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କୁ କଟକ ପଠାଯାଇଥିବା ବେଳେ ଅନ୍ୟମାନେ ବଡ଼ମ୍ବା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ, ମକରମେଳା ପାଇଁ ସିଂହନାଥ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଫଳରେ ଦଳଚକଟା ପରିସ୍ଥିତି ଉପୁଜିଥିଲା। କିଛି ମାସ ତଳେ ମହାନଦୀ ଉପରେ ଏହି ବ୍ରିଜ ଉଦ୍ଘାଟନ ହୋଇଥିଲା। ବ୍ରିଜ୍ଟି ମହାନଦୀରୁ ସିଂହନାଥ ପୀଠକୁ ସଂଯୋଗ କରେ। ଆଜି ମକର ମେଳା ଦେଖିବା ପାଇଁ ଭକ୍ତମାନେ ସିଂହନାଥ ପୀଠକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି।