ବଡ଼ଚଣା ବିଜେଡି ୩ ଫାଳ:ପୃଥକ୍‌ଭାବେ ପାଳିଲେ ଗାନ୍ଧୀ ଜୟନ୍ତୀ

ଚଣ୍ଡିଖୋଲ/ଛତିଆ,୩ା୧୦(ପ୍ରଦୀପ୍ତ କୁମାର ପୃଷ୍ଟି/ସୌମ୍ୟ ରଞ୍ଜନ ସାହୁ):ବିଜେଡି ପକ୍ଷରୁ ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ପଦଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ଏଠାରେ ବିଜେଡି ପକ୍ଷରୁ ୩ ଗୋଷ୍ଠୀ ପୃଥକ୍‌ ଭାବେ ଗାନ୍ଧୀ ଜୟନ୍ତୀ ପାଳନ କରିଛନ୍ତି। ପ୍ରଥମେ ବଡ଼ଚଣାର ପୂର୍ବତନ ବିଧାୟକ ତଥା ଦଳର ଉପସଭାପତି ଅମର ପ୍ରସାଦ ଶତପଥୀ ସମର୍ଥକଙ୍କ ସହ ଯାଇ ବୈରୀ ରେଳ ଷ୍ଟେଶନ ନିକଟରେ ଥିବା ମହାତ୍ମା ଗାନ୍ଧୀ,ଚମ୍ପାପୁରସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେହିଭଳି ଗତ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା କ୍ୟାପଟେନ ରାଜନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ବୈରୀ, ଚମ୍ପାପୁର ଏବଂ ବନ୍ଦାଳଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଛି। ଏହାପରେ ବଡ଼ଚଣା ବିଜେଡି ସଭାପତି ଅରବିନ୍ଦ ସାମଲଙ୍କ ନେତୃତ୍ୱରେ ଗତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବର୍ଷା ପ୍ରିୟଦର୍ଶିନୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି ପ୍ରମୁଖ ବୈରୀଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାକୁ ନେଇ ବଡ଼ଚଣା ବିଜେଡି ରାଜନୀତି ସରଗରମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବବିଙ୍କ ବଡ଼ ନିଷ୍ପତ୍ତି, ରାଜନୀତିରେ ହଲଚଲ…

ଭୁବନେଶ୍ୱର,୩।୧୦: ମୁଁ ପୁଣି ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ଏପରି କହି ଯାଜପୁର ରାଜନୀତିକୁ ସରଗରମ କରିଛନ୍ତି ବିଜେଡିର ବଡ଼ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ...

ଓଷ୍ଟାର ବ୍ଲକସ୍ତରୀୟ କର୍ମକର୍ତ୍ତା ଚୟନ: ଚନ୍ଦ୍ରମଣି ବାଘ ସଭାପତି, ବ୍ରଜମୋହନ ବାରିକ ହେଲେ ସମ୍ପାଦକ

ଅମରପାଲି,୩ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ହାଇସ୍କୁଲରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାମ୍ବିଧାନିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା...

ଭାଜପାରେ ଗୋଷ୍ଠୀ କନ୍ଦଳ: ଗାନ୍ଧୀ ଜୟନ୍ତୀ ପାଳନବେଳେ ଉତ୍ତେଜନା, ଝାଡୁମାଡ଼

ଯାଜପୁର/ଜେନାପୁର,୩ା୧୦ (ହର୍ଷବର୍ଦ୍ଧନ ବେହେରା/ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଭାଜପାର ଗୋଷ୍ଠୀ କନ୍ଦଳ ବୁଧବାର ଉଗ୍ରରୂପ ଧାରଣ କରିଛି। ଗାନ୍ଧୀ ଜୟନ୍ତୀ ପାଳନ ବେଳେ ଦୁଇ...

ଶୈଳପୁତ୍ରୀ ବେଶରେ ମା’ ସମଲେଶ୍ବରୀ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବରଗଡ଼,୩।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଗୁରୁବାର ମା’ ସମଲେଶ୍ବରୀ ଶୈଳପୁତ୍ରୀ ବେଶରେ...

ଅବ୍ୟବସ୍ଥାରେ ଲୋକାର୍ପଣ ହେଲା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ

ଥୁଆମୂଳ ରାମପୁର,୨।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜଲା ଥୁଆମୁଳ ରାମପୁର ବ୍ଳକ ଅଧିନସ୍ଥ ଗୁଣୁପୁର ପଞ୍ଚାୟତ ସ୍ଥିତ ସାଇସୁରୁଣୀ ଗ୍ରାମରେ ହୋଇଥିବା ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ...

ପାଣି ପିଇବାକୁ ଆସି କେନାଲରେ ପଡ଼ିଗଲା ଦନ୍ତାହାତୀ: ଆଉ ତା’ପରେ

ଅମରପାଲି,୩।୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ରଢିଆପାଲି ନିକଟରେ ହରିହର ଯୋର କେନାଲକୁ ପାଣି ପିଇବାକୁ ଆସି ଏକ ଦନ୍ତା ହାତୀ ପଡିଯାଇଥିଲା। ହାତୀଟି...

ଚର୍ଚ୍ଚାରେ ବିନାୟକ ରେସିଡେଣ୍ଟ କଲେଜ:ଅବହେଳା ପାଇଁ ୨୦୧୯ରେ ଜେଲ ଯାଇଥିଲେ ଅଧ୍ୟକ୍ଷ

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ମେଦିନିପୁର ନିକଟସ୍ଥ ବିନାୟକ ରେସିଡେଣ୍ଟ କଲେଜରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଛି। ଗତ...

ରାଜରାସ୍ତାକୁ ଓହ୍ଲାଇଲା ବିଜେଡି: ସଭ୍ୟ ସଂଗ୍ରହ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଆହ୍ବାନ

ଅମରପାଲି,୩।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବିଜେଡି ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀଠାରୁ ଜୟ ପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ହେବାକୁ ଥିବା ପଦଯାତ୍ରା ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri