ଏନ୍‌ଏଚ୍‌ଆର୍‌ସିରେ ପହଞ୍ଚିଲା ବଡ଼ବିଲ ବଳାତ୍କାର, ହତ୍ୟା ଘଟଣା

କେନ୍ଦୁଝର,୨୪ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କାରାଖେଣ୍ଡରା ଜଙ୍ଗଲରେ ଜଣେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ ନିକଟରେ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଅଭିଯୋଗ କରି ମୃତ ପରିବାରକୁ ୨୦ ଲକ୍ଷ କ୍ଷତି ପୂରଣ ଦେବା ସହ ଏହାର ପ୍ରମାଣ କମିଶନଙ୍କ ନିକଟରେ ଦାଖଲ କରିବାକୁ ଚିଫ୍‌ ସେକ୍ରେଟାରୀଙ୍କୁ ଆଦେଶ ପାଇଁ ନିବେଦନ କରିଛନ୍ତି। ସେହିପରି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିଆ ଯାଇଥିବା କାର୍ଯ୍ୟାନୁଷ୍ଠାନର କପି, ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ତିନି ସପ୍ତାହ ମଧ୍ୟରେ କମିଶନଙ୍କୁ ପଠାଇବା ପାଇଁ କେନ୍ଦୁଝର ଏସ୍‌ପିଙ୍କୁ ଆଦେଶ କରିବାକୁ ନିବେଦନ କରିଛନ୍ତି। ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Share