Categories: ଖେଳ

ପଦକ ପକ୍କାକଲେ ୩ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୨୦ା୧୦ ଚାଇନାର ଚେଙ୍ଗ୍‌ଡୁଠାରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ ଏସିଆନ ୧୭ ବର୍ଷରୁ କମ୍‌ ଏବଂ ୧୫ ବର୍ଷରୁ କମ୍‌ ଜୁନିୟର ଚାମ୍ପିୟନଶିପ୍‌ର ୪ର୍ଥ ଦିବସରେ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଜାଗଶେର ସିଂ ଖାଙ୍ଗୁରା, ବର୍ନିଲ ଆକାଶ ଚାଙ୍ଗ୍‌ମାଇ ଓ ତନ୍‌ଭି ଶର୍ମା ସେମାନଙ୍କ ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହିତ ସେମାନେ ଗୋଟିଏ ଲେଖାଏ ପଦକ ପକ୍କା କରିଛନ୍ତି। ୧୫ ବର୍ଷରୁ କମ୍‌ ବାଳକ ବିଭାଗରେ ଜାଗଶେର ୨୧-୧୪, ୨୧-୧୩ରେ ଚାଇନାର ଏମ୍‌ଏ ଚୁ ଜୁଆନଙ୍କୁ ସହଜରେ ହରାଇ ଦେଇଥିଲେ। ବର୍ନିଲ କୋରିଆର ପାର୍କ ଜଙ୍ଗ୍‌ଙ୍କ ବିପକ୍ଷରେ ୨୧-୧୯, ୨୨-୧୦ରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛନ୍ତି। ୧୭ ବର୍ଷରୁ କମ୍‌ ବାଳିକା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ ମ୍ୟାଚରେ ତନଭି ଶର୍ମା ତାଙ୍କ ପ୍ରଥମ ଗେମ୍‌ ଚାଇନିଜ ତାଇପେର ଲିଆଓ ଜୁଇ-ଚିଙ୍କଠାରୁ ୨୦-୨୨, ୨୧-୧୫, ୨୧-୧୫ରେ ପରାଜିତ ହୋଇଛନ୍ତି। ୧୭ ବର୍ଷରୁ କମ୍‌ ବାଳିକା ଡବଲ୍ସରେ ତନଭି ଓ ରେଶିକା ଉଥୟସୁରିୟାନ ଚାଇନିଜ ତାଇପେ ଯୋଡ଼ି ଫୁ ଜିନ୍‌ ୟି ଏବଂ କ୍ୱିନ ଶି ୟାଙ୍ଗଙ୍କଠାରୁ ୧୦-୨୦, ୨୦-୨୨ରେ ହାରିଯାଇଛନ୍ତି। ଜାଗେଶେର ଓ ବର୍ନିଲ ୧୫ବର୍ଷରୁ କମ୍‌ ବାଳକ ସେମିଫାଇନାଲ ଶନିବାର ଖେଳିବେ।

Share