୨୮ରେ ବଡ଼ଓଷା: ୨୯ରେ ଗଜ ଭୋଗ

କଟକ ସଦର,୭।୧୧ (ଡ଼ି.ଏନ.ଏ.): ଆସନ୍ତା ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପର୍ବ ପାଳନ କରାଯିବ। ଏଥିପାଇଁ ଆଠଗଡ ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଧବଳେଶ୍ୱରଙ୍କ ପୀଠରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତି ଅଧ୍ୟକ୍ଷତା କରିଥିଲେ। କରୋନା ଯୋଗୁ ଚଳିତବର୍ଷ ଏହି ପର୍ବକୁ ବିନା ଭକ୍ତରେ ପାଳନ କରାଯିବ। ଆସନ୍ତା ୨୮ ତାରିଖ ରାତିରୁ ମନ୍ଦିରରେ ବଡ଼ଓଷା ଭୋଗ ଲାଗିବା ପରେ ୨୯ ସକାଳୁ ଗଜଭୋଗ ସର୍ବସାଧରଣଙ୍କୁ ପ୍ରଦାନ କରାଯିବ। ପଞ୍ଚକର ପ୍ରଥମ ୩ ଦିନ ମହାପ୍ରଭୁଙ୍କ ବଡ଼ସିଂହାର ବେଶ, ଚତୁର୍ଥ ଓ ପଞ୍ଚମ ଦିନ ନାଗାର୍ଜୁନ ବେଶ ଏବଂ ପୂର୍ଣ୍ଣିମାରେ ଯୋଗୀ ବେଶ ଅନୁଷ୍ଠିତ ହେବ। ଭକ୍ତମାନଙ୍କ ସୁବିଧା ଲାଗି ଏହି ବେଶର ସିଧାପ୍ରସାରଣ ବ୍ୟବସ୍ଥା କରାଯିବ। ଏହି ୬ ଦିନ ମହାପ୍ରଭୁଙ୍କର ସମସ୍ତ ନୀତି ସେବାୟତମାନେ ବିଧି ଅନୁସାରେ କରିବେ। ସମସ୍ତ ସେବାୟତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ପୋଲିସ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଦେବୋତ୍ତର ସହକାରୀ କମିଶନର ଦେବାଶିଷ ଦାସ, ଅତିରିକ୍ତ ଏସପି ପି.କେ. ଜେନା, ଏସ୍‌ଡିପିଓ ପ୍ରଶାନ୍ତ କୁମାର ମଲ୍ଲ, ଗୁରୁଡିଝାଟିଆ ଆଇଆଇସି ବିଜୟ କୁମାର ବିଶି, ଉପଖଣ୍ଡ ସୂଚନା ଅଧିକାରୀ ଶାରଦା ପ୍ରସନ୍ନ ମହାନ୍ତି , ମଞ୍ଚେଶ୍ୱର ସରପଞ୍ଚ ପ୍ରିୟବ୍ରତ ସାହୁ, ସମିତି ସଭ୍ୟ ଅଶୋକ ଖଟୁଆଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ତହସିଲଦାର ତପନ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଧାରଣାକୁ ଆତ୍ମହତ୍ୟା କରିବାକୁ ଯାଇଥିଲେ, ମହିଳାଙ୍କୁ ଉଦ୍ଧାର କଲେ…

ଛେଣ୍ଡିପଦା,୨୫ା୧୨ (ଅଜିତ ଧଳ)- ଅନୁଗୋଳ ଜିଲା ଜରପଡ଼ା ଥାନା ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୁର ରେଳ ଧାରଣାକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ କେତେଜଣ...

ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ଘର ଆଗରେ ପୁଅ ସହ ଧାରଣାରେ ବସିଲେ ସ୍ତ୍ରୀ’

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି ଦ୍ୱିତୀୟ...

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ

କୋରାପୁଟ,୨୫।୧୨(ଅମିତାଭ ବେହେରା): କୋରାପୁଟ ଭଳି ଏକ ଆଦିବାସୀ ପଛୁଆ ଜିଲାର ଝିଅ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ବିୟୁଟି କଣ୍ଟେଷ୍ଟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି...

ଅଢେଇ ବର୍ଷର ବିଷ୍ମୟ ବାଳକ: ପ୍ରାଞ୍ଜଳ ଭାବେ କହୁଛନ୍ତି ମନ୍ତ୍ରପାଠ ଓ ଦେଶ ବିଦେଶ କଥା

କେନ୍ଦୁଝର,୨୫।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ବୟସ ମାତ୍ର ଅଢେଇ ବର୍ଷ। ମନ୍ତ୍ରପାଠ, ସାଧାରଣ ଜ୍ଞାନ ହେଉ ଅବା ଦେଶର ଜାତୀୟ ପ୍ରତୀକ କିମ୍ବା ବିଶିଷ୍ଟ ବ୍ୟକ୍ତି...

ଦାଉ ସାଧିଛି ଅଦିନିଆ ବର୍ଷା: କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ତହସିଲଦାର

ଗଞ୍ଜାମ, ୨୫।୧୨(ବିଦ୍ୟାଧର ସାହୁ): ଗତ କିଛି ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ପାଚିଲା ଧାନ ଅମଳ କରି ଘରକୁ ଆଣିବା ସମୟରେ...

ଲାଗି ରହିଛି ଲଘୁଚାପଜନିତ ଲଗାଣ ବର୍ଷା: ବିଲ ଓ ମଣ୍ଡିରେ ଭିଜିଲା ଧାନ

କୋକସରା,୨୫।୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରେ ଲଘୁଚାପଜନିତ ବର୍ଷା ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଲାଗି ରହିଛି। ବ୍ଲକରେ ମଙ୍ଗଳବାର ରାତିରୁ ବୁଧବାର ସକାଳ...

ବର୍ଷାକୁ ଖାତିର ନ କରି ପ୍ରଭୁ ଯୀଶୁଙ୍କ ପାଇଁ କଲେ ପ୍ରାର୍ଥନା

ବାଲିଗୁଡା,୨୫।୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଅଞ୍ଚଳର...

ସାଧାରଣ ଲୋକଙ୍କ ପାଖରେ ସ୍ବଚ୍ଛ ପ୍ରଶାସନ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା: କନକ ବର୍ଦ୍ଧନ ସିଂଦେଓ

ବଲାଙ୍ଗୀର, ୨୫।୧୨: (ସୁନିଲ କୁମାର ମହାନ୍ତି): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଅଡିଟୋରିୟମରେ ଜିଲାସ୍ତରୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri