ଛେନାପଦୀରେ ବଦ୍ରି, ଧନୁର୍ଜୟ, ଅଭିମନ୍ୟୁଙ୍କ ଶକ୍ତି ପ୍ରଦର୍ଶନ

ହାଟଡିହୀ,୧୫ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦୀଠାରେ ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡିର ବରିଷ୍ଠ କର୍ମୀ ଏବଂ ଯୁବ ଗୋଷ୍ଠୀଙ୍କୁ ନେଇ ବୁଧବାର ସନ୍ଧ୍ୟାର ଏକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଛି l ଏଥିରେ ଘସିପୁରା ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ବଦ୍ରିନାରାୟଣ ପାତ୍ର ଏବଂ କେନ୍ଦୁଝର ଲୋକ ସଭା ଏମ୍‌ପି ଧନୁର୍ଜୟ ସିଦ୍ଧୁ ଏବଂ ଆନନ୍ଦପୁର ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଉପସ୍ଥିତ ଥିଲେ। ବିକାଶର ଅନ୍ୟ ନାମ ନବୀନ ପଟ୍ଟନାୟକ ବୋଲି ବଦ୍ରି ତାଙ୍କ ଅଭିଭାଷଣରେ କହିଥିଲେ। ଆସନ୍ତା ନିର୍ବାଚନରେ ଦୁଇଥର ଶଙ୍ଖଚିହ୍ନରେ ଭୋଟ ଦେବା ସହ ବିକାଶର ଚିହ୍ନ ଶଙ୍ଖ ୟଚିହ୍ନକୁ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ବିଜେଡିକୁ ବିଜୟୀ କରିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଜନକଲ୍ୟାଣ ଯୋଜନା ଲୋକଙ୍କୁ ଘର ଘର ବୁଲି ବୁଝାଇବାକୁ ଆହ୍ବାନ ଦେଇଥିଲେ। ଆନନ୍ଦପୁର ଏବଂ ହାଟଡିହୀ ଅଞ୍ଚଳରେ ବଦ୍ରିଙ୍କ ପ୍ରଚାର ବିରୋଧୀଙ୍କ ପାଇଁ ଚିନ୍ତା ପାଲଟିଛି। ଉକ୍ତ ବୈଠକରେ ଦେବପ୍ରିୟ ପାତ୍ର, ବୈଦ୍ୟନାଥ ସାମଲ, ରବୀନ୍ଦ୍ର ନାୟକ, ସୋମନାଥ ଦାସ, ଅମରେନ୍ଦ୍ର ଧଳ,ବିକ୍ରମ ବିଶ୍ୱାଳ, ଶଶାଙ୍କ ଶେଖର ପୁହାଣ, କୌଶଲ୍ୟା ସେଠୀ, ଧବଳେଶ୍ୱର ପଟ୍ଟନାୟକ, ଚିନ୍ମୟ ନାୟକ, ଅନ୍ତର୍ଯ୍ୟାମୀ ଖଣ୍ଡେଇ, ଚିନୁ ପେଡ଼ା,ଗଦାଧର ଦାସ, ରଙ୍ଗାଧର ମଲିକ, ରମାକାନ୍ତ ନାୟକ, କାଳିଆ ବିଶ୍ୱାଳ, ତାରିଣୀ ସେନାପତି, ବାପି ରାମ ପ୍ରମୁଖଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

Share