Categories: ଜାତୀୟ

ମେ’ ୧୮ରେ ଖୋଲିବ ବଦ୍ରିନାଥ ଧାମ

ଡେରାଡୁନ,୧୬ ।୨: ବସନ୍ତ ପଞ୍ଚିମୀ ଅବସରରେ ବଦ୍ରିନାଥ ଧାମ ଖୋଲିବା ତିଥି ଘୋଷଣା କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଏହା ମେ’ ୧୮ ପ୍ରାତଃ ୪ଟା ୧୫ରେ ଖୋଲିବ ବୋଲି ସୂଚନା ମିଳିଛି । ଗାଡୁ ଘଡା ଯାତ୍ରା ୨୯ ଏପ୍ରିଲରେ ହେବ ବୋଲି ମଧ୍ୟ ନିଶ୍ଚିତ କରାଯାଇଛି । ଜ୍ୟୋତିଷି ପଞ୍ଚାଙ୍ଗ ଦେଖି ଆଜି ନରେନ୍ଦ୍ରନଗରରେ ଭଗବାନ ବଦ୍ରିବିଶାଲଙ୍କ ଦ୍ୱାର ଖୋଲିବାର ତିଥି ବାହାର କରାଯାଇଛି । ବଦ୍ରିନାଥ ଧାମର ଧର୍ମାଧିକାରୀ ଆଚାର୍ଯ୍ୟ ଭୁବନଚନ୍ଦ୍ର ଉନିୟାଲ ଓ ଟିହରି ରାଜପୁରୋହିତ କୃଷ୍ଣ ପ୍ରସାଦ ଉନିୟାଲଙ୍କ କହିବା କଥା ହେଲା ବସନ୍ତ ପଞ୍ଚମି ଦେବୀ ସରସ୍ୱତୀଙ୍କ ଜନ୍ମଦିନ ହୋଇଥିବାରୁ ଏହାକୁ ଶୁଭ ବୋଲି କୁହାଯାଏ । ତେଣୁ ଏହି ଦିନର ଶୁଭ ସମୟକୁ ଦେଖି ଭଗବାନ ବଦ୍ରିନାଥଙ୍କ ଦ୍ୱାର ଖୋଲିବାର ତିଥି ସ୍ଥିର କରାଯାଇଥାଏ ।

Share