Categories: ଜାତୀୟ

ଖୋଲିଲା ବଦ୍ରିନାଥ ଧାମ: ଶ୍ରଦ୍ଧାଳୁଙ୍କର ଲାଗିଛି ଭିଡ

ଡେରାଡୁନ,୮ ।୫: ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଜାରି ରହିଛି । ଇତିମଧ୍ୟରେ ରବିବାର ସକାଳୁ ବଦ୍ରିନାଥ ଧାମ ଖୋଲାଯାଇଛି । ଗ୍ରୀଷ୍ମକାଳ ପାଇଁ ବଦ୍ରିନାଥ ମନ୍ଦିରର ଦ୍ୱାର ରବିବାର ବ୍ରାହ୍ମ ମୁହୂର୍ତ୍ତ ସକାଳ ୬ଟା ୧୫ରୁ ଖୋଲି ଦିଆଯାଇଛି । ଏହି ଅବସରରେ ବହୁ ମାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ ବଦ୍ରି ବିଶାଲଙ୍କ ଦର୍ଶନ କରିବାକୁ ପହଞ୍ଚିଛନ୍ତି । ଖୁବ ସୁନ୍ଦର ଭାବେ ବଦ୍ରିନାଥ ଧାମକୁ ଫୁଲରେ ସଜା ଯାଇଛି । ଆସନ୍ତା ୬ ମାସ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମନ୍ଦିରରେ ବଦ୍ରିନାଥଙ୍କ ଦର୍ଶନ କରିପାରିବେ । ରବିବାର ପ୍ରଥମ କରି ଦ୍ୱାର ଖୋଲିବା ସମୟରେ ଜୟ ବଦ୍ରିନାଥ ଓ ମନ୍ତ୍ର ଉଚ୍ଚାରଣ ସହ ଚର୍ତୁପାଶ୍ୱର୍ ଭକ୍ତିମୟ ହୋଇ ଉଠିଥିଲା ।

Share