Categories: ଜାତୀୟ

ପ୍ରବଳ ବର୍ଷାରେ ଧସୁଛି ପାହାଡ, ବଦ୍ରିନାଥ ହାଇୱେ ଜାମ

ଚମୋଲି୧୧ ।୭: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସଧାରଣ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । କିଛିଦିନ ପରେ ଏଭଳି ବର୍ଷା ହେବା ଫଳରେ ପାହାଡ ଉପରେ ଭୂସ୍ଖଳନ ଆରମ୍ଭହୋଇ ଯାଇଛି । ଭୂସ୍ଖଳନ ଫଳରେ ବଦ୍ରିନାଥ ଜାତୀୟ ରାଜପଥରେ ପ୍ରାୟ ୩ଟି ଜାଗାର ରାସ୍ତା ବନ୍ଦ ହୋଇ ଯାଇଛି । ଫଳରେ ରାସ୍ତା ଉପରେ ଗାଡି ଗୁଡିକର ଲମ୍ବା ଲାଇନ୍ ଲାଗି ଗଲାଣି । ବଦ୍ରିନାଥରେ ଶନିବାରଠାରୁ ଲଗାଣ ପବର୍ଷା ଫଳରେ ରାସ୍ତା ଜାମ ହେବା ସହ ଅଳକାନନ୍ଦାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାସହ ପାଗଲନାଳରୁ ବହୁ ପରିମାଣରେ ଅଳିଆ ଆବର୍ଜନା ଆସୁଥିବାରୁ ଏହା ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି । ପ୍ରବଳ ବର୍ଷା ଫଳରେ ପାଗଲନାଲା, ଗୁଲାବକୋଟି ଓ ହନୁମାନଚଟ୍ଟି ନିକଟରେଆବର୍ଜନା ଆସିଯିବାରୁ ସ୍ଥାନେ ସ୍ଥାରେ ରାସ୍ତା ବନ୍ଦ ହୋଇଯାଇଛି।

Share