ଡେରାଡୁନ,୫।୬: ବଦ୍ରିନାଥ ରାଜପଥରେ ଥିବା ହେଲଙ୍ଗର ପାହାଡ ଭୁଶୁଡିବା ଯୋଗୁ ରାସ୍ତା ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ବଦ୍ରିନାଥ ଯାତ୍ରା ବନ୍ଦ କରି ଦେଇଥିବା ସୂଚନା ମିଳିଛି। ଗୌଚର, କର୍ଣ୍ଣପ୍ରୟାଗ ଏବଂ ଲଙ୍ଗାସୁରେ ପ୍ରତିବନ୍ଧକ ଲଗାଇ ସତର୍କତା ସ୍ବରୂପ ବଦ୍ରିନାଥ ଯାଉଥିବା ତୀର୍ଥଯାତ୍ରୀମାନଙ୍କୁ ନିଜ ନିଜ ସ୍ଥାନରେ ରହିବାକୁ ପୋଲିସ କହିଛି। ଏହି ଭୟଙ୍କର ଦୃଶ୍ୟର ଏକ ଭିଡିଓ ଭାଇରାଲ ହୋଇଛି। ତେବେ ଘଟଣାସ୍ଥଳରେ ହଜାର ହଜାର ଯାତ୍ରୀ ରାସ୍ତାରେ ଅଟକି ରହିଥିବା ଜଣାପଡିଛି।