ବମ୍ବେ: ଲୋକପ୍ରିୟ ରାପର ବାଦ୍ଶାହା ପଡ଼ିଛନ୍ତି ପ୍ରେମରେ। ତାଙ୍କ ମନର ନାୟିକା ଆଉ କେହି ନୁହନ୍ତି ବରଂ ଅଭିନେତ୍ରୀ ମୃଣାଳ ଠାକୁର। ନିକଟରେ ଶିଳ୍ପା ସେଟ୍ଟୀଙ୍କ ଦୀପାବଳି ପାର୍ଟିରେ ହାତରେ ହାତ ଛନ୍ଦି ବୁଲୁଥିବାର ଦେଖାଯିବା ପରେ କିଛି ଏଭଳି ଚର୍ଚ୍ଚା ହେଉଛି। ଏହାର ଭିଡିଓ ଭାଇରାଲ ହେବା ପରେ ଉଭୟ ଡେଟ୍ କରୁଥିବା କୁହାଯାଉଛି।
୨୦୨୦ରେ ବାଦ୍ଶାହା ସ୍ତ୍ରୀ ଜାସମିନ୍ ମସିହଙ୍କଠାରୁ ଅଲଗା ହୋଇଥିଲେ। ଉଭୟଙ୍କ ଏକ କନ୍ୟା ସନ୍ତାନ ରହିଛି। ଏଣୁ ବାଦ୍ଶାହା ଏକାକି ଅଛନ୍ତି। ସେ ଅଭିନେତ୍ରୀ ଈଶା ରିଖିଙ୍କୁ ଡେଟ୍ କରୁଥିବା ଖବରରେ ରହିଥିଲା। ହେଲେ ଏବେ ମୃଣାଳଙ୍କ ସହ ତାଙ୍କ ସମ୍ପର୍କ ଲାଇମଲାଇଟ୍କୁ ଆସିଛି। ପ୍ରଶଂସକ ଉଭୟଙ୍କ ପ୍ରତିକ୍ରିୟା ଅପେକ୍ଷାରେ ରହିଛନ୍ତି।