ମୁମ୍ବାଇ: ଜଣାଶୁଣା ର଼୍ୟାପର ଓ ସିଙ୍ଗର ବାଦଶାହା କିଛି ଦିନ ହେବ ତାଙ୍କ ଦ୍ୱିତୀୟ ବିବାହକୁ ନେଇ ଅଛନ୍ତି ଚର୍ଚ୍ଚାରେ। କୁହାଯାଉଛି କି ବାଦଶାହା ତାଙ୍କ ଗର୍ଲ ଫ୍ରେଣ୍ଡ ଇଶା ରିଖିଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଏବେ ଏହି ଗସିପକୁ ନେଇ ମୁହଁ ଖୋଲିଛନ୍ତି ର଼୍ୟାପର ବାଦଶାହା। ଇନଷ୍ଟାଗ୍ରାମ ଜରିଆରେ ର଼୍ୟାପର ଏହି ଗସିପକୁ ନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ପ୍ରିୟ ମିଡିଆ ମୁଁ ଆପଣଙ୍କୁ ସମ୍ମାନ କରେ, ହେଲେ ଏହା ବହୁତ ଘଟିଆ… ମୁଁ ବିବାହ କରୁନାହିଁ। ଯିଏ ବି ଏମିତି ଖବର ଲେଖୁଛନ୍ତି, ତାଙ୍କୁ ବେହତର ମସଲା ଖୋଜିବାର ଆବଶ୍ୟକତା ରହିଛି।
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ର଼୍ୟାପରଙ୍କ ଜଣେ ନିକଟତମ ଦାବି କରିଥିଲେ କି ବାଦଶାହା ଇଶା ରିଖିଙ୍କୁ ବିବାହ କରିବାକୁ ଯାଉଛନ୍ତି। ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଥିଲା କି ଏହି ବିବାହରେ ଖୁବ୍ କମ ଅତିଥି ଆସିବେ। ର଼୍ୟାପରଙ୍କ ସହ କାମ କରୁଥିବା ମ୍ୟୁଜିକ ଲେବଲର ଜଣେ କର୍ମଚାରୀ ଏହି ସୂଚନା ଦେଇଥିଲେ। ସୂଚନା ଅନୁଯାୟୀ, ର଼୍ୟାପର ୨୦୨୦ରେ ତାଙ୍କ ପ୍ରଥମ ପତ୍ନୀ ଜ୍ୟାସମିନ ମସିହଙ୍କଠାରୁ ଅଲଗା ହୋଇଯାଇଥିଲେ। ଜ୍ୟାସମିନଙ୍କଠାରୁ ତାଙ୍କର ଏକ କନ୍ୟା ସନ୍ତାନ ଜେସେମି ଗ୍ରେସ ମସିହ ସିଂ ରହିଛନ୍ତି। ବାଦଶାହାଙ୍କ ଝିଅ ୨୦୧୭ ମସିହାରେ ଜନ୍ମ ହୋଇଥିଲେ।