ବାଦଶାହାଙ୍କ ବୈବାହିକ ଜୀବନରେ ଝଡ଼

ବମ୍ବେ: ବଲିଉଡର ଅନ୍ୟତମ ଲୋକପ୍ରିୟ ଗାୟକ ତଥା ର଼୍ୟାପର ହେଲେ ବାଦଶାହା। ଏବେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ବାଦଶାହା ଏବଂ ସ୍ତ୍ରୀ ଜାସ୍ମିନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏପରିକି ଜାସ୍ମିନ ବାଦଶାହାଙ୍କଠାରୁ ଅଲଗା ରହୁଛନ୍ତି।

ଲକ୍‌ଡାଉନ୍‌ ସମୟରୁ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ତିକ୍ତତା। ହେଲେ ପ୍ରେମରେ ଏଭଳି ହୁଏ। ଖୁବ୍‌ଶୀଘ୍ର ସବୁକିଛି ଠିକ୍‌ ହେବ ବୋଲି ପ୍ରଶଂସକ ଆଶା କରୁଛନ୍ତି। ଅପରପକ୍ଷେ ନିଜ କଥାକୁ ନିଜ ଭିତରେ ରଖିବାକୁ ପସନ୍ଦ କରନ୍ତି ବାଦଶାହା। ଏଥିପାଇଁ ତାଙ୍କ ଜୀବନରେ କ’ଣ ଚାଲିଛି କଥାଟି କେତେ ସତ ତାହା ସ୍ପଷ୍ଟ ହୋଇପାରୁନାହିଁ। ହେଲେ ଝିଅ ଜୈସମିଙ୍କ ପାଇଁ ସେମାନେ ଏକାଠି ହୋଇପାରନ୍ତି ବୋଲି କୁହାଯାଉଛି।

Share