ହୋମ୍‌ କ୍ୱାରାଣ୍ଟାଇନ୍‌ ପାଳନ ନ କରିି ଯମ କୋଳକୁ ଯାଉଛନ୍ତି: ବାଗ୍‌ଚୀ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ଲୋକମାନଙ୍କ ମଧ୍ୟରେ ଭୟ ଓ ସଚେତନତା କମିଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର କରୋନା ମୁକାବିଲା କମିଟି ମୁଖ୍ୟ ତଥା ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି। ଆମେରିକାର ଉଦାହରଣ ଦେଇ ବାଗ୍‌ଚୀ ସତର୍କ କରାଇଛନ୍ତି।

ସେ କହିଛନ୍ତି, ଆମେରିକାର ଗୋଟିଏ ଦିନରେ ୫୨ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି। ଆମେ ଯଦି ସତର୍କ ନ ହେବା, ଦିନକରେ ସ୍ଥିତି ଆମେରିକା ଭଳି ହୋଇପାରେ। ଏଣୁ ହୋମ୍‌ କ୍ୱାରାଣ୍ଟାଇନ୍‌କୁ କଡ଼ାକଡ଼ି ମାନିବା ଉଚିତ। ଫଳରେ ବୟସ୍କଙ୍କୁ ବିପଦରେ ପକାଇବାନାହିଁ। ଯେଉଁମାନେ କ୍ୱାରାଣ୍ଟାଇନ୍‌ ନିୟମ କଡ଼ାକଡ଼ି ପାଳନ କରୁନାହାନ୍ତି, ସେମାନେ ସରକାରଙ୍କୁ ଠକୁଥିବା ଭାବୁଛନ୍ତି। ହେଲେ ସେମାନେ ଯମ କୋଳକୁ ଯାଉଛନ୍ତି ବୋଲି ବାଗ୍‌ଚୀ କହିଛନ୍ତି।

Share