ଭୁବନେଶ୍ବର,୨୬ା୮(ବ୍ୟୁରୋ):ହାଇଦ୍ରାବାଦରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକା କନ୍ସୁଲେଟ୍ର ରାଜନୈତିକ ଓ ଅର୍ଥନୈତିକ ଅଧିକାରୀ ସିନ୍ ରୁଥ୍ ଗୁରୁବାର ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ସୁବ୍ରତୋ ବାଗ୍ଚୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରୁଥ୍ଙ୍କ ସହ ରାଜନୈତିକ ଓ ଅର୍ଥନୈତିକ ବିଶେଷଜ୍ଞ ଶିବପ୍ରସାଦ ତ୍ରିପାଠୀ ଉପସ୍ଥିତ ଥିଲେ ା ରୁଥ୍ ଏବଂ ତାଙ୍କ ସହଯୋଗୀମାନେ ବାଗ୍ଚୀଙ୍କ ସହ ଯୁବବର୍ଗଙ୍କ ଦକ୍ଷତା ବିକାଶ ସମେତ ରାଜ୍ୟର ବୃହତ୍ତର ଅର୍ଥନୈତିକ ଓ ରାଜନୈତିକ ବିଷୟ ନେଇ ଦୀର୍ଘ ୧ ଘଣ୍ଟା ଆଲୋଚନା କରିଛନ୍ତି। ବାଗ୍ଚୀ ଏହି ଅବସରରେ ଅତିଥିମାନଙ୍କୁ ଓଡ଼ିଶା ପରିଦର୍ଶନ ନେଇ ଧନ୍ୟବାଦ ଜ୍ଞାପନ କରିବା ସହ ଭବିଷ୍ୟତରେ ଯୁକ୍ତରାଷ୍ଟ୍ର ଆମେରିକା କନ୍ସୁଲେଟ୍ ସହ ସମସ୍ତ ସ୍ତରରେ ଅଧିକ ସହଯୋଗ ଏବଂ ଭାବ ବିନିମୟ ଜାରି ରହିବ ବୋଲି ଆଶା ପ୍ରକାଶ କରିଛନ୍ତି। ବାଗ୍ଚୀଙ୍କ ତରଫରୁ ରୁଥ୍ଙ୍କୁ ଓଡ଼ିଶାର ଏକ ପଟ୍ଟଚିତ୍ର ଉପହାର ଦିଆଯାଇଛି।