ଭୋପାଳ,୨୨ ।୨: ବାଗେଶ୍ୱର ଧାମର ପୀଠାଧିଶ୍ୱର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ତାଙ୍କ ସାନ ଭାଇ ସøରଭ ଗର୍ଗ ଏକ ଦଳି ପରିବାରକୁ ଗାଳି ଗୁଲଜ କରିବା ଓ ମାରପିଟ କରିବାର ଭିଡିଓ ଜାରି କରି ସଫେଇ ଦେଇଛନ୍ତି । ସେ କହିଛନ୍ତି, ସବୁ ବିବାଦକୁ ତାଙ୍କ ସହ ଯୋଡି ଦିଆ ନ ଯାଉ, ଯଦି କେହି ଅପରାଧ କରିଛି ତେବେ ଆଇନ ତାକୁ ଦଣ୍ଡ ଦେବ ।
ଧିରେନ୍ଦ୍ର ଶାସ୍ତ୍ରୀଙ୍କ ସାନ ଭାଇ ଏକ ଦଳିତ ପରିବାରକୁ ଗାଳି ଗୁଲଜ କରିବା ଓ ମାରପିଟ କରିବାର ଭିଡିଓ ସାମ୍ନାକୁ ଆସିବା ପରେ ସେ ଏହି କଥା କହିଛନ୍ତି । ଏହି ଭିଡିଓକୁ ନେଇ ଧିରେନ୍ଦ୍ର ଶାସ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି କି ଆମେ ଭୁଲ ସହ ନାହୁଁ, ଆଇନ ଏହି ମାମଲାର ଯାଞ୍ଚ କରୁ, ଆଉ ସବୁ କଥାକୁ ଆମ ସହ ଯୋଡା ନ ଯାଉ । ଆମେ ଆମ ମାର୍ଗରେ ସନାତନ, ହିନ୍ଦୁତ୍ୱ ଓ ବାଲାଜୀଙ୍କ ସେବାରେ ଲାଗିଛୁ, ଏହି ଦେଶରେ ସମ୍ବିଧାନ ରହିଛି ଯିଏ କରିବ ସିଏ ଭରିବ ।