ବାଗଦାଦ ଆତ୍ମଘାତି ବିସ୍ଫୋରଣ: ୮ ମୃତ ୧୫ ଆହତ

ବାଗଦାଦ,୨୧ ।୧: ଇରାକର ରାଜଧାନୀ ବାଗଦାଦରେ ଗୁରୁବାର ଏକ ଆତ୍ମଘାତି ବିସ୍ଫୋରଣ ହୋଇଛି । ଏଥିରେ ପାଖାପାଖି ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ ଅନେକେ ଗୁରୁତର ଥିବା ସୂଚନା ରହିଛି । ତେବେ ଏହି ସ୍ଫୋରଣ ପାଇଁ କେହି ନିଜକୁ ଦାୟୀ କରି ନାହାଁନ୍ତି । ଜଣେ ଅଧିକାରୀ କହିଛନ୍ତି ବାଗଦାଦର କମର୍ସିଆଲ ଏରିଆରେ ଏହା ଚଳିତ ବର୍ଷର ପ୍ରଥମ ବିସ୍ଫୋରଣ । ଗୋଟିଏ ପଟେ ଆସନ୍ତା ଅକ୍ଟୋବରରେ ଏଠାରେ ନିର୍ବାଚନ ହେବାକୁ ଥିବା ବେଳେ ଏବେଠାରୁ ସେଠାରେ ରାଜନୈତିକ ପରିବେଶର ଉଷ୍ମତା ବାରି ହୋଇ ପଡୁଛି ।

Share