ବାଃ ଧର୍ମପଦ ବାଃ…

ଏବେ ଆମେ ଆଲୋଚନା କରିବା ବାରମ୍ବାର ଶ୍ରୀପଦ୍ମକେଶର ମନ୍ଦିରର ମୁଣ୍ଡି ମରାଯାଇଥିଲେ ମଧ୍ୟ ତାହା ରହି ନ ଥିଲା। ସୂତ୍ରଧର ସେହି ଚିନ୍ତାରେ ଅବସାଦଗ୍ରସ୍ତ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। କଠିନ ପରିଶ୍ରମ କରି ସେ ସଫଳ ନ ହେବାରୁ ଶିଳ୍ପୀମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଜଣେ ମୁଖ୍ୟ ସ୍ଥପତି ନିଜ କାର୍ଯ୍ୟରେ ବିଫଳ ହେବାପରେ ଚିନ୍ତିତ ହୋଇପଡ଼ିଥିଲେ। ଭୁଲ୍‌ କେଉଁଠି ରହିଲା! ବିଶ୍ୱର ବିସ୍ମୟ ଗୋଟେ ମନ୍ଦିରକୁ ସମ୍ପୂର୍ଣ୍ଣ କରିବାକୁ କେତେ ନିଷ୍ଠାର ସହିତ କାର୍ଯ୍ୟ କରିଥିବେ। ଦିନରାତି ଏକାଠି କରିଦେଇଥିବେ। କେତେ ଆଲୋଚନା, ପର୍ଯ୍ୟାଲୋଚନା ହୋଇଥିବ ସେ ସମୟରେ। ଦାୟିତ୍ୱ ପ୍ରତି କେତେ ସମ୍ବେଦନଶୀଳ ସେ ହୋଇପଡ଼ିଥିବେ। କେବଳ ଓଡ଼ିଆ ଶିଳ୍ପୀକୁଳର ସମ୍ମାନ ନୁହେଁ, ଓଡ଼ିଆ ଜାତିର ସମ୍ମାନ, ଗଜପତିଙ୍କର ସମ୍ମାନ।
ତାହା ହିଁ ତାଙ୍କୁ ବ୍ୟଥିତ କରିଥିଲା। ଏହା ମଧ୍ୟ ସ୍ବାଭାବିକ। ଧର୍ମପଦଙ୍କର ଅନ୍ୟ କୁଆଡ଼େ ନିଘା ନ ଥିଲା। ବାପା ଆସିଲେ। ବଳଶ୍ରୀ ଆସିଲେ। ସେଥିପ୍ରତି ସେ ନଜର ଦେବାକୁ ସମୟ ପାଇଲେନି। ପାଞ୍ଚ ହାତର ମୁଗୁନିପଥର ନିଜେ ବାଛିଲେ। ପଥୁରିଆଙ୍କ ଦ୍ୱାରା ଅଣାଇ ନିଜେ ତିଆରି କଲେ। ମନ୍ଦିର କଳସର ତଳଭାଗକୁ ମିଶାଇ ସେ ପ୍ରସ୍ତୁତିରେ ଲାଗିପଡ଼ିଲେ। ପାଦ ମାପ କଲେ। ଦୁଇ ଚଉକ ଆଠ ଆଙ୍ଗୁଳ। ଆପାତତଃ ଠିକ୍‌ ମାପ ସେ ପାଇଗଲେ।
ତା’ ପରେ ନିର୍ମାଣ କଲେ ଏଗାରୁପଟ୍ଟିଳ- ଚୁମ୍ବକ-ଶିଳା। ଶିଳ୍ପଶାସ୍ତ୍ରରେ ଏହା ଏକ ଅଭିନବ ପ୍ରକ୍ରିୟା। ବହୁ ମନନ ପରେ ଧର୍ମ ମହାପାତ୍ର ଚିନ୍ତାକରି ପ୍ରସ୍ତୁତିର ଖସଡ଼ା ସଜେଇଥିଲେ। ଗଙ୍ଗା ମହାପାତ୍ରଙ୍କ ସହିତ ଭାବ ବିନିମୟ ପରେ ଗଙ୍ଗା ମହାପାତ୍ର ପ୍ରାରମ୍ଭିକ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଥିଲେ। ଭାରତର ପ୍ରସିଦ୍ଧ ଶିଳ୍ପଶାସ୍ତ୍ରରେ ଚୁମ୍ବକଶିଳାର ପ୍ରସଙ୍ଗ ଅଛି, ମାତ୍ର ଏଗାରୁପଟ୍ଟିକ ଚୁମ୍ବକଶିଳା ଓଡ଼ିଆ ଶିଳ୍ପୀର ସୃଷ୍ଟି।
ଉକ୍ତ ଶିଳା ନିର୍ମାଣର ମୁଖ୍ୟ ବିନ୍ଧାଣି ଭାବରେ ସାରା ରାତି ଅନିଦ୍ରା ରହି ଦୁଇଜଣ ମଶାଲଧାରୀଙ୍କ ସହିତ ଧର୍ମ ମହାପାତ୍ର ପ୍ରସ୍ତୁତି ଶେଷ କରିଥିଲେ। ବାପା ଶିବେଇ ସାନ୍ତରାଙ୍କୁ ୟାର କୌଶଳ ଓ ବସାଣ ବିଷୟରେ ବୁଝାଇ ଦେବାରେ ସଫଳ ହେଲେ। କଥା ହେଲା ଖଞ୍ଜିବାବେଳେ ଶିବେଇ ସାନ୍ତରା, ଗଙ୍ଗା ମହାପାତ୍ର ସାଙ୍ଗରେ ରହିବେ। ଏଥିପାଇଁ ତିନିଜଣଙ୍କୁ ସୁନାମାଢ଼ ଦିଆଯାଇଥିଲା।
ଏହି ଚୁମ୍ବକ ଶିଳା ଥିଲା ଦୁଇ ହାତ ଉଚ୍ଚତାର। ଉପରେ ରହିଲା ପଦ୍ମ। ଚୁମ୍ବକ ଶିଳା ଦୁଇଭାଗରେ ବିଭକ୍ତ ଥିଲା। ମଝି ପୋଲା ରଖାଯାଇଥିଲା। ଦୁଇଭାଗ ସଂଯୋଗ ଲକ୍ଷ୍ୟରେ ଧର୍ମପଦ ପଚାରିଥିଲେ କସା ନା ବସା? ଏଇଠି ଥିଲା କୌଶଳ। ‘ବସା’ ଏପଟସେପଟ ହୋଇପାରେ, ‘କସା’ ନୁହେଁ।
ଖପୁରିରେ ଧର୍ମପଦଙ୍କ ମାପରେ ଗୋଲେଇ ରନ୍ଧ୍ର ହେଲା। କଳସ ବସିବା ପାଇଁ ରନ୍ଧ୍ରକୁ ଚାରିପଟୁ ବଡ଼ କରାଗଲା। ବଡ଼ ହେଲେ ହିଁ ଏଗାରୁପଟ୍ଟିକ ଚୁମ୍ବକଶିଳା ଖଞ୍ଜାଯାଇ ପାରିବ। ଖଞ୍ଜିବା ପରେ ତମ୍ବା ଚାପୁଆଣିରେ ତାହାକୁ ଖପୁରି ସହିତ ବନ୍ଧାଯିବ। ସେଣେ ଚୁମ୍ବକ ଶିଳା ପ୍ରସ୍ତୁତି ସରିବା ବେଳକୁ ଗୋଲେଇ ରନ୍ଧ୍ର ଓ ତମ୍ବା ଚାପୁଆଣି ପ୍ରସ୍ତୁତି କାର୍ଯ୍ୟ ନିଧି ମହାପାତ୍ର ଓ ରାମ ମହାପାତ୍ର କରିସାରିଥିଲେ।
ବଳଶ୍ରୀ ମନ୍ଦିର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଗଜପତିଙ୍କୁ ଜଣାଉଥାନ୍ତି। ଡଗର ଆସି ଖବର ଦେଲା, ମହାଶ୍ରମ କୋଣାର୍କକୁ ବିଜେ କରିବେ। ଆରମ୍ଭ ହେଲା ଗଜପତିଙ୍କ ଶିବିର ସଫେଇ। ଏଗାରୁପଟ୍ଟିକ ସମ୍ପୂର୍ଣ୍ଣ ନିର୍ମାଣ ସରିବା ପରେ ଧର୍ମପଦ ନିର୍ଦ୍ଦେଶ ଦେଲେ ଏହାକୁ ଫାଶିକାଠ ଉପରକୁ ନିଅ। ସ୍ମରଣଯୋଗ୍ୟ, ମନ୍ଦିର ନିର୍ମାଣ ସମୟରେ ମୂଳରୁ ଦଧିନଉତି ପର୍ଯ୍ୟନ୍ତ ଫାଶିକାଠର ମଜଭୁତ ଭାରା ବନ୍ଧାଯାଇଥିଲା। କଳ-ଗୟଳ ମାଧ୍ୟମରେ ତଳୁ ପଥର ଉପରକୁ ଉଠୁଥିଲା।
ଚୁମ୍ବକଶିଳା ଉପରକୁ ଉଠିବା ପରେ ନୂତନ ନିର୍ମିତ ଗୋଲେଇ ରନ୍ଧ୍ରରେ ଖଞ୍ଜାଗଲା। ଖପୁରିରେ ଏହା ଖଞ୍ଜାହେଲା ବେଳେ ୭ଜଣ ପଥୁରିଆ ମନ୍ଦିର ଉପରେ ଚଢ଼ିଥିଲେ। ତାଙ୍କ ସହିତ ୬ଜଣ ଦିହୁଡ଼ିଆ ଖପୁରି ଚାରିପଟେ ଦିହୁଡ଼ି ଜାଳି ଆଲୋକ ଦେଖାଇଥିଲେ। ସେହି ରାତିରେ ଶିବେଇ ସାନ୍ତରା, ଗଙ୍ଗା ମହାପାତ୍ର ଏବଂ ଧର୍ମପଦ ପଥୁରିଆଙ୍କ ସହ ଖପୁରି ପାଖରେ ଉପସ୍ଥିତ ରହି ଚୁମ୍ବକ ଶିଳା ସହିତ କଳସ ବି ଖଞ୍ଜି ଦେଇଥିଲେ। ରାତି ପାହି ପାହି ଆସୁଛି ଏପଟେ ମନ୍ଦିର ମୁଣ୍ଡିମରାକାମ ସମାପ୍ତ ହୋଇଗଲା। ତଳେ ଶିଳ୍ପୀକୁଳଙ୍କ ସାଙ୍ଗରେ ସହସ୍ରମଲ୍ଲ ବି ରାତିଅନିଦ୍ରା। ଶୁଭ ଖବର ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲା। ସହସ୍ରମଲ୍ଲ ସେଇଠି ସେଇ ପାହାନ୍ତା ପ୍ରହରେ ଘୋଷଣା କଲେ- ବାଃ ଧର୍ମପଦ ବାଃ…। ଆଜି ଗଜପତିଙ୍କ ଅଭିଳାଷ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ସ୍ମାରକୀକୁ ସାକାର କରିଦେଲ!! ତଳେ ହରିବୋଲ ଧ୍ୱନି ଗୁଞ୍ଜରି ଉଠୁଥାଏ।
ବାସ୍ତବରେ ମନ୍ଦିର ଉପରେ ୧୬ଜଣ ସେଇ ରାତିରେ ଉପସ୍ଥିତ ଥିଲେ। ମାତ୍ର ଧର୍ମପଦର ନିଜସ୍ବ କୌଶଳ ଏବଂ ସମସ୍ତଙ୍କ ସହଯୋଗରେ ଏତେବଡ଼ କାମ ସମ୍ଭବ ହୋଇଥିଲା। ଘୋଷଣା କଲେ ଧର୍ମପଦଙ୍କୁ ପାଞ୍ଚମାଢ଼ ସୁନା, ଏକ ଯୋଡ଼ା ସିଲ୍‌କ ଧୋତିରେ ସମ୍ବର୍ଦ୍ଧିତ କରାଯିବ। ଅନ୍ୟମାନଙ୍କୁ ମଧ୍ୟ ସୁନାମାଢ଼ ଦିଆଯାଇଥିଲା, ମାତ୍ର ସ୍ବତନ୍ତ୍ର ଭାବରେ ଧର୍ମପଦଙ୍କୁ ଅଧିକ ଦିଆଯାଇଥିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବଣାଇଁରେ ନାବାଳିକା କୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଘଟଣା: ୧୮ ଦିନ ପରେ ପୋଲିସ ହାତରେ ଅଭିଯୁକ୍ତ

ବଣାଇଁ, ୨୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଜିକୁ ଅଠର ଦିନ ତଳେ ଅର୍ଥାତ ଚଳିତ ମାସ ୬ ତାରିଖ ଦିନ ଘଟିଥିବା...

୩୧ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର: ୨୪,୧୬୨ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୨୪।୯: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ୧୩୧ତମ ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ( ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି) ବୈଠକ ଆଜି...

ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଘର ଭାଙ୍ଗିଥିଲେ ମିଳିବ ୧.୨୦ ଲକ୍ଷ ଟଙ୍କା

ଭୁବନେଶ୍ୱର,୨୪।୯: ଚଳିତ ସେପ୍ଟେମ୍ବରରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜିଲାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ...

ଦୂର ହେଲା ପଥୁରୀ ଦେହୁରୀଙ୍କ କଷ୍ଟ: ଘର ପାଖରେ ଭତ୍ତା ଦେବା ସହ ତିନି ଚକିଆ ସାଇକେଲ ପ୍ରଦାନ କଲା ପ୍ରଶାସନ

କେନ୍ଦୁଝର,୨୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ରାଇସୁଆଁ ଗ୍ରାମର ପଥୁରୀ ଦେହୁରୀଙ୍କୁ ଘର୍ ପାଖରେ ଭତ୍ତା ଦେବା ସହ ଏକ ତିନି ଚକିଆ ସାଇକେଲ ପ୍ରଦାନ...

ପୁଅ-ବୋହୂକୁ ଅଲୋଡା ବୃଦ୍ଧା ମାଆ: ତାଲା ବନ୍ଦ ଘରୁ ଉଦ୍ଧାର କଲା ପୋଲିସ

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର) ଜନ୍ମ କଲା ମାଆ ବୃଦ୍ଧା ହେବା ପରେ ପୁଅ- ବୋହୂଙ୍କ ପାଇଁ ଅଲୋଡା ହୋଇ ଆସୁଥିବା ଘଟଣା ବିଭିନ୍ନ ସମୟରେ ଦେଖିବାକୁ...

ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପିଠରେ ଶୋଡଶ ଉପଚାରପର୍ବ ଆରମ୍ଭ

ପୁରୁଷୋତ୍ତମପୁର,୨୪।୯ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ରହିଥିବା କିମ୍ବଦନ୍ତିପୂର୍ଣ ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ଓ ଜଳେଶ୍ୱରଖଣ୍ଡି ଗ୍ରାମରେ ବିଜେ ମା’...

ମହାସମାରୋହରେ ପାଳିତ ହେଲା ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ଭବାନୀପାଟଣା/ଜୁନାଗଡ଼, ୨୪।୯(ଉତ୍ତମ କୁମାର ଦାଶ /ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡର ଅଧୃଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ଵରୀଙ୍କ ଖଣ୍ଡାବସା ପର୍ବ ମଙ୍ଗଳବାର ସନ୍ଧାରେ ମହାସମାରୋହରେ...

ସେପ୍ଚେମ୍ବର ୨୭, ୨୮ରେ ଜିଲାପାଳ ସମ୍ମିଳନୀ: ‘ସୁଭଦ୍ରା’ ସଫଳତା ପାଇଁ ପ୍ରଶଂସା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୪।୯: ମଙ୍ଗଳବାର ପୂର୍ବାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହିଳା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri