ବାହାନଗା ଟ୍ରେନ୍‌ ଦୁର୍ଘଟଣା: ବନ୍ଧା ହେଲେ ୩ ରେଳ କର୍ମଚାରୀ

ବାଲେଶ୍ବର,୭।୭(ମାନସବିଶ୍ୱାଳ): ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ସିବିଆଇ ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୩ଜଣ ରେଳ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଛି। ଗିରଫ କର୍ମଚାରୀମାନେ ହେଲେ ସିନିଅର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଏବଂ ଟେକ୍‌ ନିସିଆନ୍‌ ପପୁ କୁମାର। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆଇପିସି ଧାରା ୩୦୪ ଏବଂ ୨୦୧ରେ ୩ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଗତ ଜୁନ ୨ ତାରିଖରେ ବାଲେଶ୍ବର ବାହାନଗାଠାରେ କରମଣ୍ଡଳ
ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

Share