ବାହାନଗା ଟ୍ରେନ ଟ୍ରାଜେଡି: ଚନ୍ଦକା ଥାନାରେ ୩ ଜଣଙ୍କୁ ଜେରା

ଭୁବନେଶ୍ୱର,୮।୭: ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ ଗିରଫ ହୋଇଥିବା ୩ ଜଣଙ୍କୁ ପଚରାଉଚରା କରିଛି। ୩ ଜଣଙ୍କୁ ରିମାଣ୍ଡରେ ନେବାକୁ ଶୁକ୍ରବାର ଆବେଦନ କରାଯାଇଥିଲା। ଭୁବନେଶ୍ବର ସିବିଆଇ କୋର୍ଟ ୫ ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ ।
ସୂଚନାଯୋଗ୍ୟ, କୋର୍ଟଙ୍କ ଅନୁମତି ମିଳିବା ପରେ କଡ଼ା ସୁରକ୍ଷାରେ ୩ ଜଣଙ୍କୁ ଭୁବନେଶ୍ୱର ସିବିଆଇ ଅଫିସକୁ ନିଆଯାଇଛି । ଗିରଫ ୩ଜଣ ହେଲେ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନଇଞ୍ଜିନିୟର ମହମ୍ମଦ ଅମିର ଖାନ ଓ ଟେକ୍ନିସିଆନ ପପୁ କୁମାର । ୩ ଜଣଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବା ଅଭିଯୋଗ ରହିଛି।

Share