ବାହାନଗା ଟ୍ରେନ ଟ୍ରାଜେଡି: ଇଞ୍ଜିନିୟର ଅରୁଣଙ୍କ ଜାମିନ ଖାରଜ

ଭୁବନେଶ୍ୱର,୨୨।୮: ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଟ୍ରାଜେଡି ମାମଲାରେ ଗିରଫ ହୋଇଥିବା ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତିଙ୍କ ଜାମିନ ଖାରଜ ହୋଇଛି । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ସେ ସ୍ପେଶାଲ ସିବିଆଇ-୧ କୋର୍ଟରେ ଜାମିନ ଆବେଦନ କରିଥିଲେ । କୋର୍ଟ ତାଙ୍କ ଜାମିନ ଖାରଜ କରିଛନ୍ତି । ଏହା ସହ ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ନିସିଆନ ପପୁ କୁମାର ମଧ୍ୟ ଜାମିନ ଆବେଦନ କରିଥିଲେ । ହେଲେ ତାଙ୍କ ଜାମିନ ଉପରେ ରାୟ ପ୍ରକାଶ ପାଇନାହିଁ ।

Share