ବାହାନଗା ଟ୍ରେନ୍‌ ଦୁର୍ଘଟଣା: କ୍ଷତିପୂରଣ ଘୋଷଣା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇ,୩।୬:ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଏଯାବତ୍‌ ୨୭୭ଜଣ ମୃତ ହୋଇଥିବାବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏନେଇ ମୃତ ଏବଂ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌। ମୃତକଙ୍କ ପରିବାରକୁ ୫ଲକ୍ଷ ଏବଂ ଆହତଙ୍କୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନେଇ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ରେସକ୍ୟୁ ଏବଂ ରିଲିଫ୍‌ କର୍ମୀଙ୍କୁ ନିଯୁକ୍ତି କରାଯାଇଛି ବୋଲି ଷ୍ଟାଲିନ୍‌ ସୂଚନା ଦେଇଛନ୍ତି।

Share