Advertisement

ବାହାରିନ୍‌ ପ୍ରିନ୍ସ ଖଲିଫାଙ୍କ ପରଲୋକ

ମାନମା,୧୧।୧୧-ବାହାରିନର ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ଖଲିଫା ବିନ୍‌ ସଲମାନ ଅଲ ଖଲିଫାଙ୍କ ବୁଧବାର ପରଲୋକ ହୋଇଯାଇଛି। ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବିଶ୍ୱରେ ସେ ପ୍ରଧାନମନ୍ତ୍ରୀ ପଦରେ ଅଧିକ ଦିନ ରହିଛନ୍ତି। ୧୯୭୧ରେ ବାହାରିନ ସ୍ବାଧିନତା ହାସଲ କରିବା ପରଠାରୁ ସେ ୪୯ ବର୍ଷ ଧରି ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇ ଆସୁଥିଲେ। ସେ କିଛିଦିନ ଧରି ଅସୁସ୍ଥ ହୋଇ ଆମେରିକାରେ ଚିକିତ୍ସିତ ହେଉଥିଲେ। ବାହାରିନ ସରକାରୀ ସମାଚାର ଏଜେନ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share