Categories: ଖେଳ

ବିସିସିଆଇ ଅଧ୍ୟକ୍ଷ ହେବା ପରେ ଶ୍ୱଶୁର ରୋଜର ବିନ୍ନିଙ୍କୁ ସ୍ବତନ୍ତ୍ର ଭାବେ ଶୁଭେଚ୍ଛା ଜଣାଇଲେ ବୋହୂ

ନୂଆଦିଲ୍ଲୀ,୧୯।୧୦: ଭାରତର ୧୯୮୩ ବିଶ୍ୱକପ୍‌ ବିଜେତା ଟିମ୍‌ର ସଦସ୍ୟ ଥିବା ରୋଜର ବିନ୍ନିଙ୍କୁ ମଙ୍ଗଳବାର ବିସିସିଆଇର ୩୬ତମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଦୁନିଆର ସବୁଠାରୁ ଧନୀ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ହେବାକୁ ନେଇ ବିନ୍ନିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏପରି ସ୍ଥିତିରେ ପରିବାରରେ ମଧ୍ୟ ଖୁସିର ମାହୋଲ ଦେଖିବାକୁ ମିଳିଛି। ବିନ୍ନିଙ୍କ ବୋହୂ ତଥା ସ୍ପୋଟ୍ସ ଆକର ମୟନ୍ତି ଲାଙ୍ଗର ବୁଧବାର ଶ୍ୱଶୁରଙ୍କୁ ସ୍ବତନ୍ତ୍ର ଭାବେ ଅଭିନନ୍ଦନ ଜଣାଇଛନ୍ତି।

ମୟନ୍ତି ନିଜର ଆଧିକାରିକ ଟୁଇଟର ଆକାଉଣ୍ଟରେ ଖବରକାଗଜର ଏକ ପୃଷ୍ଠା ଶେୟାର କରି ପୋଷ୍ଟ କରିଛନ୍ତି। ଫଟୋରେ ବିନ୍ନି ବିସିସିଆଇ ଅଧ୍ୟକ୍ଷ ହେବା ଖବର ଥିବା ରହିଛି। ଏଥିସହ ଉକ୍ତ ଖବର ଉପରେ ମୟନ୍ତିଙ୍କ ପୁଅ ତଥା ବିନ୍ନିଙ୍କ ନାତିଙ୍କ ହାତ ରହିଛି। ଏବେ ଏହି ପୋଷ୍ଟ ବେଶ ଭାଇରାଲ ହେଉଛି। ଟୁଇଟର ବ୍ୟବହାରକାରୀ ଫଟୋରେ ଲଗାତାର ଭାବେ କମେଣ୍ଟ କରୁଛନ୍ତି। କେହି କେହି କୁନି ପାଠକ କହୁଥିବା ବେଳେ ଅନେକେ ମୟନ୍ତିଙ୍କ ପରିବାରକୁ ଶୁଭେଚ୍ଛା ଜଣାଉଛନ୍ତି।

କହିରଖୁଛୁ, ମୟନ୍ତି ୨୦୧୨ରେ ବିନ୍ନିଙ୍କ ପୁଅ ଷ୍ଟୁଆର୍ଟଙ୍କୁ ବିବାହ କରିଥିଲେ। ଷ୍ଟୁଆର୍ଟ ୨୩ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ବେଳେ କ୍ରିକେଟରୁ ସନ୍ୟାସ ନେଇଛନ୍ତି।

Share